ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ : ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ । ସୂଚନା ଅନୁସାରେ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିଧାନସଭା ଅଧିବେଶନକୁ ପୁଣି ଗୋଟିଏ ଦିନ ପାଇଁ ବୃଦ୍ଧି କରାଯାଇଛି । ଗୃହର କାର୍ଯ୍ୟ ଅଗଷ୍ଟ ୩୧ରେ ପୁଣି ଆରମ୍ଭ ହେବ । ସୂଚନାଯୋଗ୍ୟ, ମଙ୍ଗଳବାର ଏଏପି ଓ ଭାଜପା ସଦସ୍ୟମାନେ ମୁହାଁମୁହିଁ ହେବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏଥିଯୋଗୁ ଗୃହକୁ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.

16 − nine =