ବିଦ୍ୟୁତ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିଦ୍ୟୁତ ବିଭାଗ ଗ୍ରୀଡ଼ ସବଷ୍ଟେସନ ପରିସରରେ ଆଜି ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏସଡିଓ ପୁରନ୍ଦର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ଜେଇ ମନୋଜ କୁମାର ମେହେର, ଅମରେଶ କନ୍ଧ, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ଓ ଜଗବନ୍ଧୁ ପୋଥାଳ ପ୍ରମୁଖ ଯୋଗଦାନ କରି ପାଇକମାଲ ସେକ୍ସନରୁ ଅବସର ନେଉଥିବା ବିଦ୍ୟୁତ କର୍ମଚାରୀ ମୋହରମଣୀ କଲେତ ଓ ଶଙ୍କର ମାଝୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ପ୍ରମାଣ ପତ୍ର, ଫୋଟୋ, ସର୍ଭିସ ବୁକ, ରିଲିଫ ପ୍ରମାଣପତ୍ର ଓ ସାଲ ଦେଇ ଅବସର ନେଉଥିବା ଶ୍ରୀ କଲେତ ଓ ଶ୍ରୀ ମାଝୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ସମସ୍ତ ବିଦ୍ୟୁତ କର୍ମଚାରୀମାନେ ଯୋଗଦାନ କରିଥିବା ବେଳେ ଶଶାଙ୍କ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen − five =