mahavir

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା : କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍‌.ସି.ଏସ୍‌ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ଉପସ୍ଥିତ ରହି “କିଛି ଛାତ୍ର ଛାତ୍ରୀଙ୍କ ସ୍ମୃତି ଆମ ବିଭାଗରେ ସ୍ମୃତି ହୋଇ ରହିଯାଇଛି” ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅଧ୍ୟାପକ ବନମାଳୀ ବେହେରା, ଅମୂଲ୍ୟ କୁମାର ସାବତ, ସନ୍ତୋଷ କୁମାର ରଥ ବିଭାଗର ଅଧ୍ୟାପକ ଅଭୟ ପ୍ରଧାନ, ରାହୁଲ ଦିଗାଲ, ଅଧ୍ୟାପିକା ଶ୍ରାବଣୀ ପ୍ରଧାନ, ସନ୍ଧ୍ୟାରାଣୀ କହଁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପକ ରତନ ଦିଗାଲ, ଆକାଶ ଶତପଥୀ, ଭଞ୍ଜ କିଶୋର ସାହୁ, ମନୋଜ ମହାରଣା, ରିଲୁ ପ୍ରଧାନ, ରବିନାରାୟଣ ପାଣିଗ୍ରାହୀ, ସୌରଭ ତ୍ରିପାଠୀ, ଅଧ୍ୟାପିକା ସଂଘମିତ୍ରା ଦାସ, ଅଙ୍କିତା ପ୍ରିୟ ଦର୍ଶିନୀ, ମୀରାମ୍ବିକା, ରଶ୍ମିତା ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ବିତେଇଥିବା ଦୁଇ, ତିନିବର୍ଷର ସ୍ମୃତିକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ । ପିଜି ଛାତ୍ର ଚନ୍ଦନ ଦିଗାଲ, ଶୁଚିସ୍ମିତା ପାଣିଗ୍ରାହୀ, ଜୋତିମା କହଁର, ସୋହାନି ପ୍ରଧାନ, ଜସ୍ମିନୀ ପ୍ରଧାନ, ସୁଧୀର ହୋତା, ସୁଲଭ ପ୍ରଧାନ, ଧନଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ର ଶ୍ରୀରାମ ପ୍ରଧାନ ମଞ୍ଚ ସଂଚାଳନ କରିଥିବା ବେଳେ ଛାତ୍ର ସିଦ୍ଧାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.