pakka

ଫସଲ ବିବିଧିକରଣ ସମ୍ୱନ୍ଧୀୟ ପଥପ୍ରାନ୍ତ କାର୍ଯ୍ୟକ୍ରମ

bbehera

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକର ଝରଣିପାଲି, ନୁନିଆପାଲି, ଭରସୁଜା ଓ ନଅଗାଁ(କ) ଗ୍ରାମ ପଂଚାୟତର ଗାଁମାନଙ୍କୁ ଓଡିଶା କୃଷି ଓ କୃଷକ ସଶକ୍ତି କରଣ ସହାୟତାରେ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ଚାଷୀଙ୍କୁ ଅଣଧାନର ପ୍ରକ୍ରିୟାକରଣ, କ୍ରୟ, ଅମଳ ପରବର୍ତ୍ତୀ ମୂଲ୍ୟ ତଥା କୃଷି ଉପରେ କୃଷକଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଉପରେ ପଲ୍ଲୀ ଆଲୋକ ପାଠାଗାରର ଲୋକକଳା ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିଲା । ଏଥିରେ କଳାକାର ବାଞ୍ଛାବଟ ନାଏକ ଓ ସୁଦାମ ବିଶି ନାଚଗୀତ ମାଧମରେ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ପ୍ରହଲ୍ଲାଦ ପଧାନ, ପିଣ୍ଟୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

thirteen + 1 =