pakka

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କନିଷ୍ଠ ଶିକ୍ଷକଙ୍କୁ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ

bbehera
  • ପିଛିଲା ଭାବେ ୦୧.୦୧.୨୦୨୩ ଠାରୁ ଲାଗୁ ହେବ
  • ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ମିଳିଥିଲା ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ । ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

jay balangir
Leave A Reply

Your email address will not be published.

16 − 13 =