pakka

ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ ଆର୍ଥିକ କରିଡର୍ର ସଶକ୍ତିକରଣ ଏବଂ ପରିଚାଳନା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମାକୁ କ୍ୟାବିନେଟ୍‌ ମଞ୍ଜୁରି

bbehera

ନୂଆଦିଲ୍ଲୀ, (ପିଆଇବି) : ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ୍‌ ଆର୍ଥିକ କରିଡର୍ (ଆଇଏମ୍‌ଇସି)ର ସଶକ୍ତିକରଣ ଓ ପରିଚାଳନା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମା (ଆଇଜିଏଫ୍‌ଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି । କରିଡର ପରିଚାଳନା ପାଇଁ ସହଯୋଗ ଉପରେ ଉଚ୍ଚସ୍ତରୀୟ ଗସ୍ତ ସମୟରେ ଭାରତ ଏବଂ ୟୁଏଇ ମଧ୍ୟରେ ୧୩ ଫେବୃଆରୀ ୨୦୨୪ରେ ଆଇଜିଏଫ୍‌ଏ ସ୍ୱାକ୍ଷରିତ ହୋଇଥିଲା । ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଏବଂ ବନ୍ଦର, ସାମୁଦ୍ରିକ ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଆଇଜିଏଫ୍ଏର ଲକ୍ଷ୍ୟ । ଆଇଏମ୍‌ଇସିର ବିକାଶ କ୍ଷେତ୍ରରେ ଭବିଷ୍ୟତର ମିଳିତ ପୁଞ୍ଜିନିବେଶ ଏବଂ ସହଯୋଗର ଅଧିକ ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ଦୁଇ ଦେଶ ମଧ୍ୟରେ ସହଯୋଗର କ୍ଷେତ୍ରଗୁଡ଼ିକୁ ଆଇଜିଏଫ୍ଏରେ ସାମିଲ କରାଯାଇଛି । ଏହି ରାଜିନାମାରେ ଦୁଇ ଦେଶ ମଧ୍ୟରେ ସହଯୋଗର ବିସ୍ତୃତ ଢାଞ୍ଚା ରହିଛି । ଏହି ସହଯୋଗ ଦେଶଗୁଡ଼ିକର ନିଜସ୍ୱ ନିୟମ ଏବଂ ନିୟମାବଳୀ ଅନୁଯାୟୀ ପାରସ୍ପରିକ ସହମତିପ୍ରାପ୍ତ ନୀତି, ମାର୍ଗଦର୍ଶିକା ଓ ଚୁକ୍ତିନାମା ଉପରେ ଆଧାରିତ ହେବ ।

jay balangir
Leave A Reply

Your email address will not be published.

9 + 10 =