pakka

ସଦର ଥାନାରେ ବିବାହ କଲେ ପ୍ରେମୀଯୁଗଳ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ଥାନାରେ ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି । ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି । ବିବାହ ପରେ ଉର୍ମିତାଙ୍କୁ ସାଥୀରେ ନେଇ ହରିହର ନିଜ ଘରକୁ ଯାଇଛନ୍ତି ।
ପ୍ରକାଶ ଯେ, ହରିହର ଏବଂ ଉର୍ମିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟେ ବିବାହ କରିବାକୁ ସ୍ଥିର କରିଥିଲେ । ମାତ୍ର ସେମାନଙ୍କୁ ପାରିବାରିକ ସ୍ୱୀକୃତି ମିଳୁ ନଥିଲା । ଫଳରେ ସେମାନେ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ । ସଦର ଥାନା ଅଧିକାରିଣୀ ସ୍ୱପ୍ନାରାଣୀ ଗୋଚ୍ଛାୟତଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.

fourteen − 13 =