csstore

ସଙ୍ଗୀତଜ୍ଞ ଭୁପେନ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବିଶିଷ୍ଟ ସଙ୍ଗୀତଜ୍ଞ ତଥା ବଂଶୀ ବାଦକ କଣ୍ଟାମାଲ ବ୍ଲକ ଖଟଖଟିଆର ଭୁପେନ ବସ୍ତିଆଙ୍କ ବିୟୋଗରେ ବଉଲ୍‌ ନାଟ ଏଣ୍ଡ କଳଚରାଲ ଏସୋସିଏସନ, ବ୍ରାହ୍ମଣୀ, ପକ୍ଷରୁ ତାଙ୍କ ଏକ ଦଶାହ ଅବସରରେ ବିଜୟ କଳା ମଣ୍ଡପ ବ୍ରାହ୍ମଣୀ ଠାରେ ଏକ ଶୋକ ସଭାର ଆୟୋଜନ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ଭାର୍ଜନ ପ୍ରଧାନ, ସୁକାନ୍ତ ପ୍ରଧାନ, ମଦନ ପ୍ରଧାନ, ଆରତ କ୍ଷେତୀ, କୁଶ ପ୍ରଧାନ, ରମଣୀ କର୍ମୀ, ଅଜିତ ବସ୍ତିଆ ସଭାପତି ଅର୍ଜୁନ ପ୍ରଧାନ, ସମ୍ପାଦକ ନେପାଳ ପଲିଆ ଓ ରଂଜୁ ଅମାତ ପ୍ରମୁଖ ଯୋଗଦେଇ ଯୁବ କଳାକାର ସ୍ବର୍ଗତ ବସ୍ତିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳର ଅପୁରଣୀୟ କ୍ଷତି ହେବା କଥା ଉପସ୍ଥିତ ସଭ୍ୟମାନେ ମତବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.