csstore

ବଙ୍ଗୋମୁଣ୍ଡା ଖେଳ ପଡିଆର ଉନ୍ନତିକରଣ ପାଇଁ ଭୂମି ପୂଜନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ସର୍ବସାଧାରଣ ଖେଳ ପଡିଆଠାରେ ଆଜି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଖେଳପଡିଆର ଉନ୍ନତିକରଣ ପାଇଁ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ପଂଚାୟତ ସରପଂଚ ଅଜିତ କୁମାର ଯୋଶୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ଖେଳ ପଡିଆର ଉନ୍ନତିକରଣ ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି । ଏହି ଭୂମି ପୂଜନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ଦାସ, ଶଶାଙ୍କ ଶେଖର ଦାସ ଯାଦବ, ଡବ୍ଲୁ ହଂସ, ଦିବ୍ୟ ନାଏକ, ମଣ୍ଟୁ ସରାଫ, ସଂଯୋଗ ଦାସ ଯାଦବ, ରୂପକ ଦାସ ଯାଦବ, ମୁନା ଘିଭେଲା, ଯାଯାତି ସିନ୍ଦୁର, ଯୁବରାଜ ବାଗ, ସୁନିଶ ପ୍ରଧାନୀ ପ୍ରମୁଖଙ୍କ ସହ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଦୀର୍ଘ ଦିନରୁ ଦାବୀ କରାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇଥିବାରୁ ସେମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.