କାର୍ତ୍ତିକ ପୂର୍ଣ୍ଣିମାରେ ଲୋକଙ୍କ ଭିଡ଼

ଟିଟିଲାଗଡ, (ଗୌରବ ଦର୍ଜୀ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶା ରାଜ୍ୟ ସରକାର ଘୋଷଣା କରିଥିଲେ ଯେ କାର୍ତ୍ତିକ ପୂର୍ଣ୍ଣିମାରେ କେହି ମଧ୍ୟ ପୋଖରୀ କିମ୍ବା ନଦୀକୁ ଯାଇ ବୋଇତ ଭସାଣୀ କରିପାରିବେ ନାହିଁ ଏବଂ ମନ୍ଦିର ଗୁଡିକ ବନ୍ଦ ରହିବ । କିନ୍ତୁ ଟିଟିଲାଗଡରେ ଆଜି ସକାଳୁ ଏହାକୁ ଅବମାନନା କରାଯାଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଦ୍ଵାରା ଡ଼ାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସୂଚନା ଦେଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ ଏହିପରି କୌଣସି ସୂଚନା ଦିଆଯାଇ ନଥିଲା । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋର୍ ସକାଳୁ ପ୍ରାୟ ତିନିଟା ସମୟରୁ ସ୍ଥାନୀୟ ପୋଖରୀ, ବନ୍ଧରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ବିଭିନ୍ନ ପ୍ରକାର ଡଙ୍ଗା ପୋଖରୀରେ ଭସାଉଥିବା ଦେଖିବାକୁ ମିଳିଥିଲା । ଟିଟିଲାଗଡର ବଡ଼ ବଡ଼ ମନ୍ଦିର ଯଥା ମହାଦେବ ମନ୍ଦିର, ଜଗନ୍ନାଥ ମନ୍ଦିର, ଘଣ୍ଟାସୁନି ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଶକ୍ତି ମନ୍ଦିର, ଝାର ଦେଓ ବନ୍ଧ ଶିବ ମନ୍ଦିର ବନ୍ଦ ଥିବା ବେଳେ ସହରର ବାକି ସବୁ ମନ୍ଦିର ଖୋଲା ଦେଖିବାକୁ ମିଳିଥିଲା ଏବଂ ଏଠି ଭକ୍ତଙ୍କ ସମାଗମ ପ୍ରଚୁର ରହିଥିଲା । ଲୋକେ ଅନେକ ଆନନ୍ଦ ଉଲ୍ଲାସର ସହିତ ଭଗବାନଙ୍କ ଦର୍ଶନ କରିଥିଲେ । ମହାଦେବ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୋଲିସ ମୁତୟନ ଥିବା ବେଳେ ଅନ୍ୟ ମନ୍ଦିରରେ ପୋଲିସର ଚିହ୍ନବର୍ଣ୍ଣ ଦେଖିବାକୁ ମିଳି ନ ଥିଲା । ଅପରାହ୍ନ ସମୟ ପରେ କୁମୁଡା ପାହାଡରେ ଲୋକଙ୍କ ଭିଡ଼ ପ୍ରଚୁର ଥିବା ବେଳେ ସହର ମଧ୍ୟରେ ଆଜି ଲୋକଙ୍କ ଭିଡ଼ କମ ଦେଖିବାକୁ ମିଳିଥିଲା । କିନ୍ତୁ ଏଠାରେ ବୁଦ୍ଧଜୀବୀମାନେ ଚର୍ଚ୍ଚା କରୁଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ନିର୍ଦ୍ଦେଶ ଟିଟିଲାଗଡରେ କିପରି କାର୍ୟ୍ୟକାରୀ ହୋଇ ପାରିନାହିିଁ ।

jittmm
Leave A Reply

Your email address will not be published.