ଧର୍ମ ପରିବର୍ତ୍ତନ ଅଧ୍ୟାଦେଶ ଲାଗୁ ହେଉ ହେଉ ବରେଲିରେ ମାମଲା ରୁଜୁ

ଲଖ୍‌ନୌ : ବରେଲି ଜିଲ୍ଲାର ଦେବର୍ଣ୍ଣିଆ ପୋଲିସ ଷ୍ଟେସନରେ ଧର୍ମ ପରିବର୍ତ୍ତନ ଅଧ୍ୟାଦେଶ ଲାଗୁ ହେଉ ହେଉ ଆଇନ୍ ଅନୁଯାୟୀ ପ୍ରଥମ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦେବର୍ଣ୍ଣିଆ ଅଞ୍ଚଳର ସରିଫନଗର ଗାଁର ଟିକରାମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡ଼ୋଶୀ ଜଣେ ଯୁବକ ତାଙ୍କ ଝିଅକୁ ହଇରାଣ କରୁଛି ଏବଂ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛି । ଶନିବାର ଟିକରାମଙ୍କ ଅଭିଯୋଗ ଉପରେ ପୋଲିସ ଏକ ଏଫଆଇଆର ପଞ୍ଜିକରଣ କରିଛି ।

Leave A Reply

Your email address will not be published.