ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଷାପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଅନିୟମିତତା ଜଣାପଡିଛି । ଖୁଷାପାଲି ଗ୍ରାମର ରାଜ କୁମାର ବରିହାଙ୍କ ବାପାଙ୍କ ନାମରେ ୨୦୧୯ – ୨୦ ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଥିଲା । ତାଙ୍କ ବାପା ଏହି ଘରକୁ ନିର୍ମାଣ କରିବାରେ ଆରସି ଲେଭଲ ପର୍ୟ୍ୟନ୍ତ ହେବା ପରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ – ୨୧ରେ ରାଜକୁମାର ବରିହାଙ୍କ ନାମରେ ପୁଣି ଏକ ଆବାସ ଘର ମଞ୍ଜୁର ହୋଇଥିଲା । କିନ୍ତୁ ରାଜ କୁମାର ବରିହା ନୁତନ ଗୃହ ନିର୍ମାଣ ନ କରି ଅର୍ଦ୍ଧ ନିର୍ମିତ ବାପାଙ୍କ ଗୃହରେ ଛାତ ପକାଇ ଟେମରୀ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟର ପିଇଓଙ୍କ ସହିତ ସଲାସୁତୁରା କରି ସମ୍ପୁର୍ଣ୍ଣ ବିଲ ପ୍ରାପ୍ତ କରିବାରେ ସଫଳ ହୋଇଛନ୍ତି । ଏଥିରୁ ଜଣାପଡୁଛି, ପଞ୍ଚାୟତ ପ୍ରଶାସନ କେତେ ଦୂର ‌ସ୍ୱଚ୍ଛ ଅଟନ୍ତି । ତାହା ପ୍ରଶ୍ନବାଚୀ ସୃଷ୍ଟି ହୁଏ ।

Leave A Reply

Your email address will not be published.