pakka

ଭାଲୁ ଆକ୍ରମଣରେ ଚାଷୀ ମୃତ

bbehera

ଅନୁଗୁଳ : ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀ ଜଣଙ୍କ ଜୟ ସାହୁ (୫୪) ବୋଲି ଜଣାପଡିଛି । ସୂଚନା ମୁତାବକ, ସୋମବାର ଅପରାହ୍ନ ସାଢେ ୩ଟା ବେଳେ ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଜୟ ସାହୁ ଘର ପାଖ ବିଲରେ କାମ କରୁଥିବା ବେଳେ ବିଲ ପାଖକୁ ମାଙ୍କଡ଼ ପଲ ଆସିଥିଲେ । ଜୟ ମାଙ୍କଡ ଘଉଡାଉ ଥିବା ବେଳେ ବୁଦା ଆଢୁଆଳରେ ଥିବା ଏକ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଚାଲି ଆସିଥିଲେ । ଫଳରେ ଭାଲୁଟି ପଳେଇ ଯାଇଥିଲା । ଗୁରୁତର ଅବସ୍ଥାରେ ଜୟଙ୍କୁ ଉଦ୍ଧାର କରାଯାଇଥିଲା । ବନ କର୍ମଚାରୀ ପହଞ୍ଚି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଅନୁଗୁଳ ଥାନା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × 4 =