jayashree

ଭାଗବତ ଅଗଣାରେ ସପ୍ତଦିବସୀୟ କାର୍ତ୍ତିକ ମହୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବରଟୋଲି ସ୍ଥିତ ଭାଗବତ ଅଗଣାରେ ସପ୍ତଦିବସୀୟ କାର୍ତ୍ତିକ ମହୋତ୍ସବର ଉଦଯାପନ ହୋଇଯାଇଛି । ଅନ୍ତିମ ଦିବସର ମୁଖ୍ୟ ଅତିଥି ଭାବେ ମ୍ୟୁନିସିପାଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକା ଶ୍ୱେତାଲିନା ଶତପଥୀ ଯୋଗଦେଇ କାର୍ତ୍ତିକ ମାସର ମହାତ୍ମ୍ୟ ଓ ଏହାର ବୈଜ୍ଞାନିକ କାରଣ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ରମାକାନ୍ତ ସୂତାର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲାବେଳେ ଅକ୍ଷୟ କୁମାର ଦାସ ପ୍ରାକ୍ ଭାଷ ରଖିଥିଲେ । ଚନ୍ଦ୍ରକାନ୍ତ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ନମିତା ପଟ୍ଟନାୟକ, ସୁପ୍ରଭା ମହାନ୍ତି ତ୍ରିବେଣୀ ସୂତାର, ପ୍ରତିଭା ଦାସ, ରୀନା ବେହେରା, ଗୀତା ପଣ୍ଡା, ପ୍ରମୋଦା ନାୟକ, ଲକ୍ଷ୍ମୀବାଳା ଆଚାର୍ଯ୍ୟ, ତେଜସ୍ୱିନୀ ସାହୁ, ମୀନା ବାରିକ, ସସ୍ମିତା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ଜେନା, ମାଳବତୀ ନାୟକ, କଳ୍ପନା ଦାସ, ଇନ୍ଦୁମତୀ ବିଶ୍ୱାଳ, ସରୋଜିନୀ ବର୍ମା ପ୍ରମୁଖ ପ୍ରାରମ୍ଭିକ ସାମୁହିକ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ଭାଗବତ ଅଗଣାର ସଭ୍ୟ ରଘୁନାଥ ବଳ, ତୁଷାରକାନ୍ତ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ରଞ୍ଜିତ ବିଶ୍ୱାଳ, କରୁଣାକର ପାଟ୍ଟଶାଣୀ, ଧନେଶ୍ୱର ଦାସ, ସୁରେନ୍ଦ୍ର ବିଶ୍ୱାଳ, ଲିଙ୍ଗରାଜ ପ୍ରଧାନ, ରବି ଦାସ, ଅଲେଖ ଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଶେଷରେ ପ୍ରସାଦ ସେବନ କରି ଭକ୍ତମାନେ ପ୍ରଫୁଲ୍ଲ ଚିତ୍ତରେ ଫେରିଥିଲେ ।

Leave A Reply

Your email address will not be published.