
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ସହର ସେବା ସମିତିର ବାର୍ଷିକ ଉତ୍ସବ ଓ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ସେକ୍ଟର ୨ ସ୍ଥିତ ସେହେନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ଆଲୋଚନାଚକ୍ରରେ ଆଲୋଚ୍ୟ ପ୍ରସଙ୍ଗ ସାମ୍ପ୍ରତିକ ସ୍ଥିତି ଓ ଦେଶର ହିତକଳ୍ପେ ଯୁବ ଛାତ୍ରଙ୍କ ପାଇଁ ଉପଯୁକ୍ତ ରାଜନୀତି ଶିକ୍ଷା କେତେ ଜରୁରୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ଆବାହକ ତଥା ମ୍ୟାନେଜିଂ ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱ ଓ ଅଜିତ ପୁଜାରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ବିଷୟ ବିଶେଷଜ୍ଞ ଭାବେ ପ୍ରଫେସର ବିଶ୍ୱରଂଜନ, ବି. କେ. ପବ୍ଲିକେସନର ପ୍ରକାଶକ ବିଜୟ କୁମାର ମହାପାତ୍ର, ପ୍ରଫେସର ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ନିଜର ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ , ତଥା ସମ୍ପ୍ରତି ଅଧିକାଂଶ ନେତା ସରକାର କ’ଣ, ରାଜନୀତି କ୩ଣ, ଦେଶ କ’ଣ ଜାଣନ୍ତି ନାହିଁ । ଭଲ ଲୋକ ନ ଆସିଲେ ଭଲ ରାଜନୀତି ହୋଇପାରିବ ନାହିଁ ବୋଲି କହିଥିଲେ । ବିଷୟ ବିଶେଷଜ୍ଞ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାଧାରଣ ବର୍ଗର ଲୋକଙ୍କ ପାଇଁ କାମ ନାହିଁ ତ ଦରମା ନାହିଁ । ମାତ୍ର ଲୋକସଭା ଓ ବିଧାନସଭାରେ ନେତାଙ୍କ ଚରିତ୍ର ସମସ୍ତେ ଦେଖୁଛନ୍ତି । ଭିଆଇପି ଭିଭିଆଇପି ଗଣତନ୍ତ୍ରର ଏକ କଳଙ୍କିତ ଅଧ୍ୟାୟ । ସମ୍ପ୍ରତି ଜେନ-ଜି ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି । ସେହିପରି ଆତ୍ମାର ଉତ୍କର୍ଷତା ପାଇଁ ସଂଗୀତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଜନଜାଗରଣ ସୃଷ୍ଟି ପାଇଁ ଆରିଷ୍ଟୋଟଲ, ପ୍ଲୁଟୋ, ସକ୍ରେଟିସ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅନ୍ୟତମ ଆଲୋଚକ ଡ଼ଃ. ମଲ୍ଲିକ ତାଙ୍କ ବକ୍ତବ୍ୟରେ ଜେନ-ଜି ସର୍ବୋକୃଷ୍ଟ ଉଦାହରଣ ଓଡ଼ିଶା ତଥା ବାଜି ରାଉତର ଉଦାହରଣ ଦେଇଥିଲେ । ସମ୍ମାନିତ ଅତିଥି ପ୍ରକାଶକ ଶ୍ରୀ ମହାପାତ୍ର ଜେନ-ଜି ମାନଙ୍କୁ ମାର୍ଗଦର୍ଶନ କରାଇବା ଆମ୍ଭମାନଙ୍କର ଦାୟିତ୍ଵ ହେବା ଦରକାର ବୋଲି ମତ ରଖିଥିଲେ । ସେହିପରି ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ କାହାର ସମାଲୋଚନା ନକରି ନିଜେ ଆଲୋଚନାର ବିଷୟ ହୁଅନ୍ତୁ ତଥା ସାମ୍ବାଦିକମାନେ ଛାତ୍ର ମାନଙ୍କ କଥା ଲେଖନ୍ତୁ । ଅନ୍ୟତମ ଅତିଥି ବିଜେଡି ଜିଲ୍ଲା ସଭାପତି ଓ କଂଗ୍ରେସ ଜିଲ୍ଲା ସଭାପତି ସବିର ହୁସେନ ଆଲୋଚ୍ୟ ପ୍ରସଙ୍ଗର ନିଜର ମତ ରଖିଥିଲେ । ଏହି ଅବସରରେ ଗତ ମହାବିଦ୍ୟାଳୟ ନିର୍ବାଚନରେ ବିଜୟୀ ଲାଭ କରିଥିବା ଛାତ୍ରୀ ଅନ୍ୱେଷା ଲୋହାର, ନିତେଶ ପ୍ରଧାନ, ଏମ୍ ତନୁ, ଅଦିତି ସିଂ, ଶ୍ରାବଣୀ ପଲେଇ, ସ୍ବପ୍ନାରାଣୀ ସାହୁଙ୍କୁ ତଥା ସମାଜସେବୀ ପ୍ରମୋଦ ପ୍ରଧାନ, ଭାରତ ଭୁଷଣ ମହାନ୍ତି, ଭରତ ବାଇ, ଋଷଭ ଗୁରୁୱ।ରା, ଗୋଲକ ପାଢ଼ୀ, ପ୍ରଶାନ୍ତ ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ରାଜନୀତି ବିଦ୍ୟାଳୟ ପୁସ୍ତକକୁ ଅତିଥି୍ୱାନେ ଉନ୍ମୋଚନ କରିଥିଲେ । ସ୍ମିତା ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଶେଷରେ ସମ୍ପାଦିକା ପୁଷ୍ପା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସନ୍ଧ୍ୟା ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ମ୍ୟୁଜିକ ଥେରାପି ପକ୍ଷରୁ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବରିଷ୍ଠ ସଂଗୀତକାର ଅବନୀକାନ୍ତ ଦାସ ଉଦ୍ଘାଟକ ଭାବେ ଯୋଗଦେଇଥିଲେ । ମ୍ୟୁଜିକ ଥେରାପିର ମୁଖ୍ୟ ୱାଇ ହେମଲତାଙ୍କ ସଂଯୋଜନାରେ ଝୁନୁ ନାୟକ, ଅଜିତ୍ ପୁଜାରୀ, ନିଶିପଦ୍ମା ନନ୍ଦ, ପ୍ରାଞ୍ଜଳୀ ନାଗ୍, ଜୀବନ ସମାସୀ, ନନ୍ଦନ ମୁଖାର୍ଜୀ, ହିମାଂଶୁ ମହାନ୍ତି ଓ ଅନ୍ୟମାନେ ସଂଗୀତ ପରିବେଷଣ କରିଥିଲାବେଳେ ବାଦ୍ୟଯନ୍ତ୍ରରେ ସରୋଜ ପଣ୍ଡା ଓ ସାଥୀ ସହଯୋଗ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାଶ, ମରୁମାୟା ମହାନ୍ତି, ଚେତନା ମହାନ୍ତି, ପ୍ରମୋଦ ସାହୁ, ବାନାମ୍ବର ମହାନ୍ତି, ପ୍ରଫୁଲ୍ଲ ନାୟକ, ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।