jayashree

‘କୋଶଳ ପ୍ରବାହ’ର ୨୬ତମ ବାର୍ଷିକୋତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୨୬ତମ ବାର୍ଷିକୋତ୍ସବ ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବଲାଙ୍ଗିର ସାମ୍ବାଦିକ ଭବନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଜୟଶ୍ରୀ ପ୍ରିଣ୍ଟର୍ସର ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗିର ସହରର ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ପ୍ରତିଯୋଗୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି । ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କନିଷ୍ଠ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଞ୍ଜନେୟ ପୁରୋହିତ ପ୍ରଥମ, ଏଏଚ୍‌ପିଏସ୍‌ ଛାତ୍ରୀ ଅନିଷା ମେହେର ଦ୍ୱିତୀୟ ଓ ଏଏଚ୍‌ପିଏସ୍‌ ଛାତ୍ର ଆଜିଙ୍କ୍ୟ ପାଢ଼ୀ ତୃତୀୟ ସ୍ଥାନ ଅଧିକାରୀ କରିଛନ୍ତି । ବରିଷ୍ଠ ବର୍ଗରେ ଆଇଡିଏମ୍‌ ପବ୍ଲିକ୍‌ ସ୍କୁଲର ସାଇ ଶ୍ରୀତେଶ ପ୍ରଥମ, ଏସ୍‌ଏସ୍‌ଭିଏମ୍‌ ଛାତ୍ରୀ ହର୍ଷିତା ସିଂହ ଦ୍ୱିତୀୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସାଇ ଶୁଭେଚ୍ଛା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ବର୍ଗରେ ବଲାଙ୍ଗିର ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ ଖୁଆସ ପ୍ରଥମ, ଲିଟିଲ୍‌ ଫ୍ଲାୱାର୍‌ ସ୍କୁଲର ଛାତ୍ରୀ ବିଦିଶା ସେଠୀ ଦ୍ୱିତୀୟ ଏବଂ ଓଏଭି ପଥରଚେପାର ଛାତ୍ରୀ ମେଘନା ସେଠ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ରାଜେନ୍ଦ୍ର ହାୟର୍‌ ସେକେଣ୍ଡାରୀ ଛାତ୍ରୀ ବିନ୍ଦିଆ ବେହେରା ପ୍ରଥମ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ୱଳ୍ପିକା ଆଚାର୍ଯ୍ୟ ଦ୍ୱିତୀୟ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଶୃତି ନାୟକ ଏବଂ ଇଟିଇଆଇ ପାଟଣାଗଡ଼ର କୌଶଲ୍ୟା ତାଣ୍ଡି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କନିଷ୍ଠ ବର୍ଗରେ କିସ୍‌ ରେସିଡେନ୍‌ସିଆଲ୍‌ ସ୍କୁଲର ଛାତ୍ରୀ କ୍ଷେତ୍ରଲତା ଧରୁଆ ପ୍ରଥମ, ଆଇଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ସୁରଞ୍ଜନା ପାଣିଗ୍ରାହୀ ଦ୍ୱିତୀୟ ଏବଂ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜୁଲ୍‌ଫିଆ ବେଗମ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପ୍ରବନ୍ଧ ଲିଖନ ବରିଷ୍ଠ ବର୍ଗରେ ରାଜେନ୍ଦ୍ର ୟୁନିଭର୍‌ସିଟିର ଅନୁରାଗ ପାଣିଗ୍ରାହୀ ପ୍ରଥମ, ଇଟିଇଆଇ ପାଟଣାଗଡ଼ର ଛାତ୍ରୀ ରଶ୍ମିତା ବେହେରା ଦ୍ୱିତୀୟ ଓ ଆଇଡ଼ିଏମ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀ ସ୍ୱର୍ଣ୍ଣଆଭା ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି । କୁଇଜ୍‌ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସିଦ୍ଧି କ୍ଷେତି ପ୍ରଥମ, ରୋଶନୀ ପବ୍ଲିକ୍‌ ସ୍କୁଲର ଛାତ୍ର ଅଭିଶିକ୍ତ ମୁଗ୍ରୀ ଦ୍ୱିତୀୟ ଏବଂ ପିଆର୍‌ ହାଇସ୍କୁଲର ସୁଗମ ପଟେଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି କୁଇଜ୍‌ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ରହିଛନ୍ତି । ରାଜେନ୍ଦ୍ର ହାୟର ସେକେଣ୍ଡାରୀ ଛାତ୍ରୀ ପ୍ରାଚୀ କ୍ଷେତି, ଇଟିଇଆଇ ପାଟଣାଗଡ଼ର ଛାତ୍ରୀ ବର୍ଷାରାଣୀ ସାହୁ ଦ୍ୱିତୀୟ ଏବଂ ଇଟିଇଆଇ ପାଟଣାଗଡ଼ର ଛାତ୍ର ଦଶରଥ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଆସନ୍ତା ୨୯ ତାରିଖ ରବିବାର ଦିନ ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ହେବାକୁ ଥିବା ‘କୋଶଳ ପ୍ରବାହ’ର ୨୬ତମ ବାର୍ଷିକୋତ୍ସବରେ ମଂଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହେବେ । ଏଣୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯୋଗ୍ୟ ବିବେଚିତ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ନିଜ ନିଜ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ବିଚାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଡଃ. ପ୍ରେମଚାନ୍ଦ ମହାନ୍ତି, ସନାତନ ଠାକୁର ଏବଂ ଡଃ. ରଂଜନ କୁମାର ପାଣିଗ୍ରାହୀ ବିଚାରକ ଭାବେ ଦାୟିତ୍ୱ ବହନ କରିଥିବା ବେଳେ ପ୍ରବନ୍ଧ ଲିଖନ ଓ କୁଇଜ୍‌ ପ୍ରତିଯୋଗିତାରେ ଆକାଶ ମିଶ୍ର, ନାରାୟଣ ମିଶ୍ର ଓ ରଂଜିତ ମିଶ୍ର ବିଚାରକ ଦାୟିତ୍ୱ ବହନ କରିଥିଲେ । ବାସୁଦେବ ମେହେର ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବାଶିଷ ମିଶ୍ର, ରାଜେଶ ଦଣ୍ଡସେନା, ଧନମତ ପାଣିଗ୍ରାହୀ, ଶଙ୍କର ସାହୁ, ଶମ୍ଭୁନାଥ ସାହୁ, ଦେବେନ୍ଦ୍ର ଲେଙ୍କା, ସଦାଶିବ ମେହେର, ନନ୍ଦକିଶୋର ସାହୁ, ଗିରିଧାରି ନାଏକ, ସୁମିତ ସାହୁ ପ୍ରମୁଖ ବିଶେଷ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.