jsm

ଓଡ଼ିଆ ଶ୍ରୀମଦ୍ଭାଗବତ, ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ଲକ୍ଷ୍ମୀ ପୁରାଣ, ବର୍ଣ୍ଣବୋଧ ଓ ତ୍ରିଭାଷୀ ବହି କେରା ଅଞ୍ଚଳରେ ବଣ୍ଟନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : “ଉତ୍କଳ ସାଂସ୍କୃତିକ ଶିବିର” ଭଦ୍ରକର ସଭାପତି ମନୀନ୍ଦ୍ର ମହାନ୍ତିଙ୍କ ଦ୍ୱାରା ପଠାଯାଇଥିବା ଓଡ଼ିଆ ଶ୍ରୀମଦ୍ଭାଗବତ, ସୁଦଶା ବ୍ରତ, ସାବିତ୍ରୀ ବ୍ରତ, ମାଣବସା ଲକ୍ଷ୍ମୀ ପୁରାଣ, ଚୈତ୍ର ମଙ୍ଗଳା ଓଷା, ଛବିଳ ମଧୁ ବର୍ଣ୍ଣବୋଧ, ତ୍ରିଭାଷୀ ଇତ୍ୟାଦି ବହି କେରା ଅଞ୍ଚଳରେ ସତ୍ୟ ପ୍ରକାଶ କରଙ୍କ ଜରିଆରେ ବଣ୍ଟନ କରାଯାଇଛି । ଓଡ଼ିଶାର ଉତ୍କଳ ସାଂସ୍କୃତିକ ଶିବିର ଭଦ୍ରକର ପ୍ରତିନିଧିମାନଙ୍କ ଦ୍ୱାରା ମଝି ମଝିରେ ବିଚ୍ଛିନ୍ନାଞ୍ଚଳକୁ ଆସି ବିଭିନ୍ନ ଗ୍ରାମର ଓଡ଼ିଆ ଭାଷାଭାଷୀ ଲୋକଙ୍କ ମାତୃଭାଷା ଶିକ୍ଷା, କଳାସଂସ୍କୃତି ସମସ୍ୟାବିଷୟରେ ଅବଗତ ହେବା ସହିତ ନିରାକରଣ ନିମିତ୍ତ ପ୍ରଚେଷ୍ଟା କରାଯାଇଥାଏ । ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ହେଲା ବିଚ୍ଛିନ୍ନାଞ୍ଚଳରେ କେମିତି ଭାବେ ଓଡ଼ିଆ ମାତୃଭାଷା, କଳା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ପ୍ରଦାନ କରିବା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଓଡ଼ିଆ ବହି ବିଚ୍ଛିନ୍ନାଞ୍ଚଳରେ ବଣ୍ଟନ କରି ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଛୋଟ ପ୍ରୟାସ ।

yuvodaya
Leave A Reply

Your email address will not be published.