om academy

ମା’ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ଚାରି ଅନାଥ ଭାଇ ଭଉଣୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନ ଥିଲା, ବେଶ ଖୁସିରେ ବାପାମା’ଙ୍କ ସହିତ ଚାରି ଭାଇ ଭଉଣୀ ରହୁଥିଲେ । କୁଆଡ଼ୁ କେଜାଣି ମାଡି ଆସିଲା ସୁଖୀ ପରିବାର ଉପରକୁ ବିପଦ । ଏବେ ହଜିଯାଇଛି ପରିବାର ଲୋକଙ୍କ ମୁହଁରୁ ହସ । ଖାଲି ଆଖିରେ ଧାର ଧାର ହୋଇ ଗଡ଼ିପଡୁଛି ଆଖିର ଲୁହ । ବାପାମା’ଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇ ପଡିଛନ୍ତି ଚାରି ଭାଇ ଭଉଣୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆିଁଭଟା ଗ୍ରାମରେ । ସୂଚନାଯୋଗ୍ୟ ଯେ, ଭେରୁଆଁଭଟା ଗ୍ରାମର ଗତ ୧୩/୯ ତାରିଖ ଦିନ ବ୍ରଜପାତରେ ରେବତୀଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ୬ ବର୍ଷ ପୂର୍ବରୁ ହୋଇ ସାରିଥିଲା । ତେବେ ବର୍ତ୍ତମାନ ସୁଜାତା ସାହୁ(୧୮), ଭଗବତୀ ସାହୁ(୧୨), ଭୀମସେନ ସାହୁ(୧୨), ମାନସୀ ସାହୁ(୮), ଏଇ ଚାରିଜଣ ବାପାମାଆଙ୍କ ମୃତ୍ୟୁ ପରେ ଏବେ ଅନାଥ । ତେବେ ଏମାନେ ଏବେ ପାଠ ପଢିବା ବୟସରେ ଛେଳି ଚରାଉଛନ୍ତି । ଏମାନଙ୍କ ପାଇଁ ସରକାରଙ୍‌ଙ୍କ ପକ୍ଷରୁ ୨୫କେଜି ଚାଉଳ ହି ସାହା ଭରସା ସାଜିଛି । ବାପାମା’ଙ୍କ ତିଆରି କରିଥିବା ଭଙ୍ଗା କୁଡ଼ିଆ ଘରେ ଏବେ ଏମାନେ ଜୀଵନ ଯାପନ କରୁଛନ୍ତି । କିନ୍ତୁ ସେହି ଘର କେତେବେଳେ ଭୁଷୁଡି ପଡିବ, ତାହା କହି ହେବ ନାହିଁ । ଡରି ଡରି ଜୀଵନ ବିତାଉଛନ୍ତି ଚାରି ଭାଇ ଭଉଣୀ । ସାହାରା କହିଲା ତାଙ୍କ ବୁଢ଼ା ବୟସର ଅଜାଆଈ । କିନ୍ତୁ ସେହି ଅଜାଆଈଙ୍କୁ ନିଜ ପେଟ ପୋଷିବା ପାଇଁ କଷ୍ଟ ହେଉଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନଥିବା ଚାରି ଭାଇଭଉଣୀ କହିଛନ୍ତି । ପାଠ ପଢା ବୟସରେ ଏମାନେ କାମ ଧନ୍ଦା କରିବେ କେମିତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପାସରେ ରହିବାକୁ ପଡୁଛି । ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ତାଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ତେବେ ସରକାର ଘୋଷଣା କରିଛନ୍ତି ଯେ ଅତି ନୀରିହ ଗରିବ ଶ୍ରେଣୀର ଲୋକ ଯଦି ମୃତ୍ୟୁ ବରଣ କରେ, ତେବେ ସରକାର ପକ୍ଷରୁ ହରିଶ୍ଚଚନ୍ଦ୍ର ଯୋଜନା ମାଧ୍ୟମରେ ୨ହଜାର ଟଙ୍କା ଦିଆ ଯାଇଥାଏ । କିନ୍ତୁ ଏମାନଙ୍କୁ ଏ ପର୍ୟ୍ୟନ୍ତ ମିଳି ପାରିନାହିଁ । ତେବେ ଏହି ଅନାଥ ଭାଇଭଉଣୀଙ୍କୁ ସରକାରୀ ସହାୟତା କେତେ ମିଳିବ ତାହାକୁ ଅନେଇ ବସିଛନ୍ତି ଚାରି ଭାଇ ଭଉଣୀ । ଯଦି ବ୍ରଜପାତରେ ଜଣେ ମୃତ୍ୟୁବରଣ କରେ, ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ୪ଲକ୍ଷ ଟଙ୍କା ମିଳେ । କିନ୍ତୁ ପରିବାର ଲୋକେ ସମ୍ପୂର୍ଣ୍ଣ କାଗଜପତ୍ର ଦାଖଲ କରିନ ଥିବା ବେଳେ ଟଙ୍କା ମିଳି ନଥିବା ମଧ୍ୟ ଜଣାପଡିଛି । ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ଟଙ୍କା ଦିଆଯିବ ଓ ଯଦି କିଛି ସରକାରଙ୍କ ପକ୍ଷରୁ ସାହାଯ୍ୟ କରିହେବ, ତାହେଲେ ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି । ଏନେଇ ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କୁ ପଚାରିବାରୁ ତାଙ୍କର କାଗଜପତ୍ର ସମ୍ପୁର୍ଣ୍ଣ ଭାବେ ଦେଇ ନାହାନ୍ତି, ତେବେ କାଗଜପତ୍ର ଦେଲା ପରେ ସରକାର‌ଙ୍କ ଘୋଷଣା ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅନାଥ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.