jsm

ଓଡିଶା ବାସ୍କେଟବଲ ଲିଗ୍ ଉଦ୍‌ଘାଟିତ

csstore

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ୍‌ । ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦ୍‌ଘାଟନ କରିଛନ୍ତି । କ୍ରୀଡା ଦ୍ୱାରା ସଦଭାବନା ଓ ଭାଇଚାରା ବୃଦ୍ଧି ସହ ଶାରୀରିକ ସୁସ୍ଥତା ବଜାୟ ରହି ପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, କ୍ରିଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଖୋ ଖୋ ଦଳର ଇଣ୍ଡିଆ କୋଚ ସଞିବ ଶର୍ମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୂର୍ତ୍ତ ବିଭାଗର ଏସଡିଓ ସୁକଦେବ ସାହୁ, ଜିଲ୍ଲା କ୍ରୀଡା ଆସୋସିଏସନ୍‌ର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଓଡିଶା ବାସ୍କେଟବଲ ଆସୋସିଏସନର ସମ୍ପାଦକ ଅଶୋକ ସାହୁ, ଯୁଗ୍ମ ସମ୍ପାଦକ ତଥା ଆବାହକ ଅମିତ ଦାସମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.