csstore

ଟିଟିଲାଗଡ଼ର ଡେନ୍ସିଙ୍ଗ ଷ୍ଟାର ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଡେନ୍ସିଙ୍ଗ ଷ୍ଟାର ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଗୁରୁବାର ସଂଧ୍ୟାରେ ସ୍ଥାନୀୟ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିସେସ ନୟନତାରା ୨୦୨୩ର ବିଜେତା ଶ୍ରୀମତୀ ପ୍ରାଚୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିକ୍ରମ ଜୁଏଲର୍ସର ମାଲିକ ରମେଶ ସୋନି, ଫିଲ୍ମ ଡାଇରେକ୍ଟର ଯୁଗଳ ସାହୁ, ସମ୍ବଲପୁରୀ ବସ୍ତ୍ରାଳୟର ମାଲିକ ପଙ୍କଜ ନାମଦେବ, ଏକାଡେମୀର ମୁଖ୍ୟ ଶୁଭଦର୍ଶିନୀ ମିଶ୍ର ମଞ୍ଚରେ ଉପସ୍ଥିତ ରହି ମାଁ ଘଣ୍ଟାଶୁଣିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ୱଳନ କରିବା ପରେ ଅତିଥିଙ୍କୁ ସ୍ଵାଗତ କରି ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ସୁପ୍ରସିଦ୍ଧ ସୁଧୀର ନାଏକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଏକାଡେମୀର ସମସ୍ତ ଛାତ୍ରଛାତ୍ରୀ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଗୋଟିଏ ପରେ ଗୋଟିଏ ଧମାକା ନୃତ୍ୟ ଦେଖିବାକୁ ମିଳିଥିଲା । ଯାହାକି ଛାତ୍ରଛାତ୍ରୀଙ୍କ ଅଭିଭାବକ ତଥା ଉପସ୍ଥିତ ଥିବା ଜନ ସାଧାରଣଙ୍କ ମନ ମୋହି ନେଇଥିଲା ।

jayashree
Leave A Reply

Your email address will not be published.