om academy

ବରକେରାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ

jsm

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ଧରିତ୍ରୀ ଦିବସ କୋଭିଡ-୧୯ନିୟମ ଅନୁସାରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଯୋଗଦେଇଥିଲେ । ବକ୍ତାମାନେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେବା ସହିତ ଗଛ ଲଗାଇ ନିଜକୁ ଓ ଧରିତ୍ରୀ ମା’କୁ ତାପାୟନରୁ ରକ୍ଷା କରିବା ପାଇଁ କହିଥିଲେ । ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.