om academy

କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ପାଲଟିଛି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ମିଠାପାଲି ଗ୍ରାମ ପଞ୍ଚାୟତ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ବୃଦ୍ଧାମାନେ ଯାତାୟତ କରିଥାନ୍ତି । ପାଇକମାଲ ଠାରେ ବ୍ୟାଙ୍କ, କଲେଜ, ତହସିଲ ଅଫିସ, ‌ସ୍ୱାସ୍ଥ୍ୟକେନ୍ଦ୍ର, ଏଟିଏମ, ଥାନା, ବ୍ଲକ, ଟ୍ରେଜେରୀ, ଅଗ୍ନିଶମ, କୃଷି ବିଭାଗ କାର୍ୟ୍ୟାଳୟ ସହ ଅନେକ ସରକାରୀ ବେସରକାରୀ ପ୍ରତିଷ୍ଠାନ ରହିଛି । ଅନ୍ୟତ୍ର ଯିବାକୁ ହେଲେ ଏହି ରାସ୍ତା ଦେଇ ପାଇକମାଲକୁ ଆସିବାକୁ ହୁଏ । କିନ୍ତୁ ନିମ୍ନମାନର କାମ ହୋଇଥିବାରୁ ରାସ୍ତାରେ ସାଇକେଲ, ବାଇକ କିମ୍ବା ପଥଚାରୀ ଆସିବାକୁ ଅସୁବିଧା ହେଉଛି । ପିଚୁ ଉଠିଯାଇ ଖାଳଖମା ହୋଇଥିବାରୁ ଅନେକ ଦୁର୍ଘଟଣା ହେଉଛି । ମରାମତି ପାଇଁ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଉଚ୍ଚ ପଦାଧିକାରୀମାନେ ରାସ୍ତାର ଅସୁବିଧା ଦେଖି ନୀରବ ରହୁଛନ୍ତି । ରୋଗୀ, ପ୍ରସୂତି ମହିଳା କିମ୍ବା କୌଣସି ଦୁର୍ଘଟଣାରେ ଏହି ରା‌ସ୍ତାରେ ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଏ । ରାସ୍ତା କାମ ନିମ୍ମମାନର କରାଯାଇ ବ୍ୟାପକ ଅର୍ଥ ହରିଲୁଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ରାସ୍ତାକାମର ତଦନ୍ତ କରି ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି ଗ୍ରାମବାସୀମାନେ । କଟଙ୍ଗପାଲି ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ତୁରନ୍ତ ତଦନ୍ତ କରି ଠିକାଦାରଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି । ସୂଚନା ଯୋଗ୍ୟ ଯେ, ସଂପୃକ୍ତ ଠିକାଦାର ନାମରେ ମାଳ ମାଳ ଅଭିଯୋଗ ଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଚୁପ ହୋଇ ରହିଥିବା ସାଧାରଣରେ ଏକ ବଡ ପ୍ର‌ଶ୍ନବାଚୀ ସୃ‌ଷ୍ଟି ହେଉଛି ।

Leave A Reply

Your email address will not be published.