ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ହାତୀନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ପାଇଁ ନିର୍ମିତ ହାତୀ ବ୍ୟାରେଜରୁ ସନ୍ଧ୍ୟା ୬ଟାରେ ପ୍ରଥମ ବନ୍ୟା ଜଳ ନଦୀଗର୍ଭକୁ ଛଡ଼ାଯାଇ ଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ହାତୀ ବ୍ୟାରେଜର ଜଳପତ୍ତନ ୨୬୩.୪ ମିଟରରେ ରହିଥିବା ବେଳେ ଅପରାହ୍ନର ପ୍ରବଳ ବର୍ଷା ଯୋଗୁଁ ଜଳ ପତ୍ତନ ବନ୍ୟା ଜଳ ହେତୁ ବଢ଼ିବାରେ ଲାଗିଥିଲା । ବ୍ୟାରେଜର ସର୍ବୋଚ୍ଚ କ୍ଷମତା ୨୬୫ ମିଟର ରହିଥିବା ବେଳେ ଜଳପତ୍ତନ ୨୬୪.୩୦ ମିଟରକୁ ଛୁଇଁବା ପରେ ଗୋଟିଏ ଗେଟ ଖୋଲି ୩୫ କୁମେକ୍ସ ଜଳ ନଦୀଗର୍ଭକୁ ଛଡ଼ା ଯାଉଥିବା ସୂଚନା ମିଳିଛି । ଆବଶ୍ୟକ ହେଲେ ଅଧିକ ପାଣି ଛଡ଼ାଯାଇ ପାରେ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି । ପ୍ରତି ସେକେଣ୍ଡରେ ବ୍ୟାରେଜ ମଧ୍ୟକୁ ୨୦୦ କୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ୩୦୦ ମେଗାୱାଟ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.