ଅଁଳା ଚତୁର୍ଦ୍ଦଶୀ ଅବସରରେ ଅସହାୟଙ୍କୁ କମ୍ବଳ ବଣ୍ଟନ କଲେ ସ୍ୱେଚ୍ଛାସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଅଁଳା ଚତୁର୍ଦ୍ଦଶୀ ଅବସରରେ କୁଷ୍ଠ କଲୋନୀରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଆଜି ଅଁଳା ଚତୁର୍ଦ୍ଦଶୀ ତିଥିରେ ଅତାବିରା ଝାଇଁଯୋର ନିକଟରେ ଥିବା କୁଷ୍ଠ କଲୋନୀର ସମସ୍ତ ଅନ୍ତବାସୀମାନଙ୍କୁ ଉନ୍ନତ ମାନର କମ୍ବଳ ପ୍ରଦାନ କରାଯାଇଛି । ଅନେକ ଦିନରୁ ଏହି କୁଷ୍ଠ କଲୋନୀରେ ଅନ୍ତେବାସୀମାନେ ରହୁଥିବା ସତ୍ତ୍ୱେ ସେମାନେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି । ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ବଦାନ୍ୟ ବନ୍ଧୁ ତରଫରୁ ଏମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ ବଦ୍ରି ପ୍ରସାଦ ସାହୁ ଉପସ୍ଥିତ ରହିଥିଲେ । ଆବଶ୍ୟକତା ଥିବା ସମୟରେ ଶୀତବସ୍ତ୍ର ପ୍ରଦାନ କରିଥିବା ଯୋଗୁଁ କଲୋନୀ ବାସୀ ବଦାନ୍ୟ ବନ୍ଧୁକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.