
ରାଉରକେଲା, (କେପିଏନ୍ଏସ୍) : ୮୦ ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ବିପିନ ବିହାରୀ ପଟ୍ଟନାୟକ ଓ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି । ପବିତ୍ର ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ଆର୍ଜିଏଚ୍ରେ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସମସ୍ତ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଡାକ୍ତଖାନାର ଅଧୀକ୍ଷକ ଡା. ଆନନ୍ଦ ଗୋପାଳ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ଡାକ୍ତଖାନାର ସହ ଅଧୀକ୍ଷକ ଡା. ପଣ୍ଡିତ ସାହୁ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସୁଶ୍ରୀ ଦୀନା ଦସ୍ତଗୀର ଡାକ୍ତରଙ୍କ ସହ ହସ୍ପିଟାଲର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ରୋଗୀଙ୍କୁ ଫଳ ବଣ୍ଟନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଡାକ୍ତରଖାନାର ମ୍ୟାନେଜର ପ୍ରାଣତୋଷ ମଣ୍ଡଳ, ସହଯୋଗୀ ଶ୍ରୀବତ୍ସ କୁମାର ରଥ ଓ ଅନ୍ୟାନ୍ୟ କର୍ମଚାରୀ, ସମାଜସେବୀ ଅନିରୁଦ୍ଧ ସ୍ୱାଇଁ ଓ ପି.କେ.ମଣ୍ଡଳ, ସାମ୍ବାଦିକ ବସନ୍ତ କୁମାର ଜେନା, ଯୁବ ସଂଗଠକ ଅବିନାଶ ପୁହାଣ, ହିମାଂଶୁ ପ୍ରଜାପତି, ଅମୀୟ ମହାରାଣା, ଯୁବ ସଂଗଠକ ଅସିତ କୁମାର ମହାନ୍ତି, ଆପେଲା ସ୍ୱାମୀ, ହରଷ ରାଓ ପ୍ରମୁଖ ସହଯୋଗ କରିଥିଲେ ।