
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ଅପହରଣ ଘଟଣାରେ ବଲାଙ୍ଗିର ପୋଲିସ ପୁଣି ଦେଲା ବଡ ଅପଡେଟ । ନରେନ୍ଦ୍ର ସାହୁ ଓରଫ ଗୁଣ୍ଡାଙ୍କୁ ଅପହରଣ ଘଟଣାରେ ଖାଲି ମୁଖ୍ୟ ଅଭିଯୁକ୍ତ କ୍ଷିତିଶଙ୍କ ହାତ ନ ଥିଲା, ପୁଣି ଜଣେ ଅଭିଯୁକ୍ତଙ୍କୁ ଧରିଛି ବଲାଙ୍ଗିର ପୋଲିସ । ତେବେ ଅଭିଯୁକ୍ତ ଜଣକ ବଲାଙ୍ଗିରର ସହରର ତୁଳସୀ ନଗରର ସଞ୍ଜିତ ବେହେରା ବୋଲି ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ସଞ୍ଜିତ ନରେନ୍ଦ୍ରଙ୍କୁ କୁଆଡ଼େ ଘରୁ ଡାକି ଆଣିଥିଲା, ଏହାପରେ ଅପହରଣ ହୋଇଥିଲା, ପୋଲିସ ତଦନ୍ତ ପରେ ବ୍ୟବସାୟୀ ନରେନ୍ଦ୍ର (ଗୁଣ୍ଡା)ଙ୍କୁ ଉଦ୍ଧାର କରି ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ଏବେ ପୁଣି ଜଣେ ଅଭିଯୁକ୍ତକୁ ପୋଲିସ ଧରିଥିବା ନେଇ ବଡ ଖବର ଆସିଛି ।