oom

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” ଉଦ୍‌ଯାପିତ ଦିବସରେ ପୁରସ୍କାର ବିତରଣ ଉତ୍ସବ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତି ସେଠୀ ମହୋଦୟା, ସମ୍ମାନୀତ ଅତିଥି ସମାଜସେବୀ ଯଜାତି ମେହେର, ପରିଚାଳନା ସମିତିର ସଭାପତି ଦିବାକର ମେହେର, ନୋଡାଲ ଅଫିସର ଆଲୋକ କୁମାର ରଥ ଏବଂ ଅଧ୍ୟାପକ ନଟବର ବେହେରା ମଞ୍ଚାସୀନ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ସେମାନେ କିପରି ଶିକ୍ଷା ସହିତ ସମାଜର ତଥା ଦେଶ ସେବାରେ ନିୟୋଜିତ କରିପାରିବେ ଓ ନିଜର ଭବିଷ୍ୟ ଉଜ୍ୱଳ କରିପାରିବେ ସେ ଉପରେ ତାଙ୍କର ମତ ବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି ଗତ ତା. ୦୪.୧୨.୨୦୨୩ ରିଖ ଦିନଠାରୁ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ପରିଚାଳିତ ହେଉଥିଲା । ଯାହା ଆଜି ଉଜ୍ଜାପିତ ହୋଇଥିଲା । ଯେଉଁଥିରେ କି କ୍ରୀଡା ପ୍ରତିଯୋଗିତା (୨୦୦ ମି., ୪୦୦ମି, ୮୦୦ ମି. ଦୌଡ, ସଟ୍ ଫୁଟ୍, ଜାଭେଲିନ୍, କ୍ରିକେଟ, ଫୁଟବଲ, ଭଲିବଲ, କ୍ୟାରମ୍), ସାଂସ୍କୃତିକ ପ୍ରତିଯୋଗିତାରେ ସାହିତ୍ୟ ପ୍ରତିଯୋଗିତା (କବିତା ପାଠ, ବକୃତା, ସୁଜନାତ୍ମକ ଲେଖା, ଗଳ୍ପ କହିବା ଓ ସମାଲୋଚନାତ୍ମକ କବିତା), କଳାତ୍ମକ ପ୍ରତିଯୋଗିତା (ଚିତ୍ରାଙ୍କନ, କାର୍ଟୁନ ଚିତ୍ରାଙ୍କନ), ପ୍ରଦର୍ଶନ କଳା ପ୍ରତିଯୋଗିତା (ସଙ୍ଗୀତ, ବାଦ୍ୟ ସଙ୍ଗୀତ ଓ ଷ୍ଟାଣ୍ଡଅପ୍ କମେଡି), ପାରମ୍ପରିକ ସଂସ୍କୃତି ପ୍ରତିଯୋଗିତା (ପାରମ୍ପରିକ ନୃତ୍ୟ ପରିବେଷଣ, ପାରମ୍ପରିକ ଫ୍ୟାସନ ସୋ ଏବଂ ବେଶ-ଭୂଷା ପ୍ରତିଯୋଗିତା), ସ୍ୱତନ୍ତ୍ର ବିଭାଗ ପ୍ରତିଯୋଗିତା (ଏକକ ଅଭିନୟ) ମାନଙ୍କର ବିଜେତାମାନଙ୍କୁ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରିଥିଲେ । ଗତ ତା.୧୧ ଓ ୧୨ ରିଖ ମାନଙ୍କରେ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ (ପରିମଳ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସଫେଇ ଅଭିଯାନ, କନ୍ୟା ଶିକ୍ଷା ଉପରେ ସଚେତନତା ଓ ବାଲ୍ୟ ବିବାହ ବିରୋଧ ଅଭିଯାନ) ମାନ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ବାର୍ତ୍ତା ଗୁଡିକ ନିକଟସ୍ଥ ଗ୍ରାମ (ଲୁକାପଡା ଓ ବଙ୍ଗୋମୁଣ୍ଡା )ଠାରେ ପରିଭ୍ରମଣ କରି ଦିଆଯାଇଥିଲା । ଏହି ଅବସରରେ ଅଧ୍ୟାପକ ଭାଷ୍କର ମେହେର, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ସୀତାରାମ ପାଣିଗ୍ରାହୀ, ରାମକୃଷ୍ଣ ବାଗ, ଆଲୋକ ମୁଣ୍ଡ, ରଞ୍ଜିତ କୁମାର ସଗରିଆ , ଗିରିଶ ଚନ୍ଦ୍ର ଧୁବଲ, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, କ୍ଷୀରସିନ୍ଧୁ ରଣା, ଭୂଷଣ ଚନ୍ଦ୍ର ମେହେର, ଜୟ ପ୍ରକାଶ ମେହେର, ତେଜେଶ୍ୱର ପ୍ରଧାନ, ବନୀତା ସାହୁ, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରୀ ବୃନ୍ଦ ଏବଂ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.