om academy

ବନ୍ଧୁକ ଦେଖାଇ ସୁନା-ରୂପା ନେଇଗଲେ ଦୁର୍ବୃତ୍ତ

ନୀଳଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ବନ୍ଧୁକ ଦେଖାଇ ସୁନା-ରୂପା ନେଇଗଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସିଂଲା ନୂଆଗାଁ ଛକରୁ ପ୍ରାଣକୃଷ୍ଣ କମିଳା ଦୋକାନ ବନ୍ଦ କରି ପୁଅ ସହ ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ ଦୁଇଜଣ ଯୁବକ ତାଙ୍କୁ ରାସ୍ତାରେ ଅଟକ ରଖିଥିଲେ । ବନ୍ଧୁକ ଦେଖାଇ ଫଲ୍ସ ଫାୟରିଂ କରିଥିଲେ । ଏପିରିକି ବାଇକ ଡିକିରେ ଥିବା ସୁନା ଓ ରୂପାର ଗହଣାକୁ ଲୁଟି ନେଇଥିଲେ ଦୁର୍ବୃତ୍ତ । ସେପଟେ ଏନେଇ ପ୍ରାଣକୃଷ୍ଣ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Leave A Reply

Your email address will not be published.

two × one =