om academy

ସାନଭାଇର ଗୁଳିମାଡ଼‌ରେ ବଡ଼ଭାଇ ଗୁରୁତର

ସୁନ୍ଦରଗଡ଼ : ସାନଭାଇର ଗୁଳିମାଡ଼‌ରେ ବଡ଼ଭାଇ ଗୁରୁତର । ଗତକାଲି ରାତି ୮ଟାରେ କିଞ୍ଜିରକେଲା ଥାନା ପାତକିଯୋରରେ ଘଟିଛି ଏହି ଅଭାବନୀୟ ଘଟଣା । ସମ୍ପର୍କୀୟ ସାନଭାଇର ଗୁଳିମାଡ଼ରେ ବଡ଼ଭାଇ ଗୁରୁତର ହୋଇଥିବା ଖବର ମିଳିଛି । ପ୍ରାଥମିକ ଭାବେ ଘରୋଇ କଳହକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁରୁତର ବଡ଼ଭାଇ ବାସୁଦେବ ସାଙ୍କୁ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ପିଠିରେ ଗୁଳି ବାଜି ଶରୀର ଭିତରେ ରହି ଯାଇଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି । ଘଟଣା ପରେ ଫେରାର ହେବାକୁ ଚେଷ୍ଟା କରୁଥିବ ସାନଭାଇ ସୁନିଲ ସାଙ୍କୁ ଗାଁ ଲୋକେ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଖବର ପାଇ କିଞ୍ଜି‌ରକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆହତ ସାନଭାଇକୁ ଡାକ୍ତରଖାନା ପଠାଇଛି ।

Leave A Reply

Your email address will not be published.

17 − thirteen =