ମଣିପୁରରେ ପୁଣି ହିଂସା : ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ

ଇମ୍ଫାଲ : ମଣିପୁରରେ ପୁଣି ହିଂସା । ଗତକାଲି ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲ୍ଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ ହୋଇଛନ୍ତି । ଘଟଣାଟି ଭାରତ-ମିଆଁମାର ସୀମାରେ ଅବସ୍ଥିତ ମୋରେହରେ ଘଟିଛି । ଖବର ଅନୁଯାୟୀ, ମେ ମାସରୁ ମଣିପୁରରେ ହିଂସା ଜାରି ରହିଛି । ଏନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ ‘କି ଲୋକେସନ ପଏଣ୍ଟ’ (କେଏଲ୍‌ପି) ଆଡ଼କୁ ଯାଉଥିବା ପୋଲିସ କମାଣ୍ଡୋଙ୍କ ଗାଡିକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ କମାଣ୍ଡୋ ଆହତ ହୋଇଛନ୍ତି । ସେ ବର୍ତ୍ତମାନ ଆସାମ ରାଇଫଲ୍ସ କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି । ମଣିପୁର ପୋଲିସ କମାଣ୍ଡୋମାନେ ଏହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା । ସେହିପରି ଇମ୍ଫାଲ ୱେଷ୍ଟ ଜିଲ୍ଲାର କଦଙ୍ଗବଙ୍ଗଦ ଗାଁରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଜଣେ ବ୍ୟକ୍ତିଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିକରି ହତ୍ୟା କରିଛନ୍ତି । ଘଟଣା ଅନୁଯାୟୀ, ପ୍ରଥମେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ଏହା ପରେ ୩୫୦ ରୁ ୪୦୦ ଗୁଳିମାଡ କରାଯାଇଥିଲା ।

Leave A Reply

Your email address will not be published.

5 − 1 =