om academy

କେନ୍ଦ୍ରର କୃଷକ ବିଲ ବିରୋଧରେ ବନ୍ଦ ଡାକରା କଂଟାବାଂଜିରେ ସଫଳ : ସମର୍ଥନ ଜଣାଇଲା କଂଗ୍ରେସ ଓ ସିପିଆଇ

jsm

କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ରର କୃଷକ ବିଲ୍‌ ବିରୋଧରେ ବନ୍ଦ ଡାକରା ମଂଗଲବାର ଦିନ କଂଟାବାଂଜିରେ ମଧ୍ୟ ସଫଳ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ଅନୁଷ୍ଠାନ ଏବଂ ସମସ୍ତ ବ୍ୟାଙ୍କ ତଥା ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ସକାଳ ୭ଟାରୁ ସ୍ଥାନୀୟ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ସମର୍ଥକମାନେ ଏକ ମୋଟର ସାଇକଲ ରାଲି ଯୋଗେ ବାହାରି ନଗର ପରିକ୍ରମା କରିବା ସହିତ ସିଭିଲ କୋର୍ଟକୁ ଯାଇ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି ସିପିଆଇ କଂଟାବାଂଜି ଶାଖାର ଗୋପାଲ ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ଗୋରୁ ବଜାର ନିକଟରେ ସମର୍ଥକମାନଙ୍କ ସହ କଂଟାବାଂଜି–ବଙ୍ଗୋମୁଣ୍ଡା ରାଜ୍ୟରାଜ ପଥ ନଂ.୪୨କୁ ରାସ୍ତା ଅବରୋଧ କରିବାରୁ ଘଂଟାଏ ଧରି ଉଭୟ ପଟୁ ଯାନବାହାନ ଅଟକି ରହିଥିଲା । ସ୍ଥାନୀୟ ପୋଲିସ ପ୍ରଶାସନଦ୍ୱାରା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

eighteen − 14 =