jsm

ବନଦୁର୍ଗା ମନ୍ଦିରରେ କୁଷ୍ମାଣ୍ଡା ବେଶରେ ଦେବୀ ଦୁର୍ଗା

csstore

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ଗୁରୁବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ନବରାତ୍ରର ଚତୁର୍ଥ ଦିନରେ ଦେବୀ ଦୁର୍ଗା କୁଷ୍ମାଣ୍ଡା ବେଶରେ ପୂଜା ପାଉଛନ୍ତି । ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ବନ ଦୁର୍ଗା ମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରିଥିଲେ । ଆଜି ଦେବୀ ଦୁର୍ଗା ଚତୁର୍ଥ ଦିନରେ କୁଷ୍ମଣ୍ଡା ବେଶରେ ଭକ୍ତ ବତ୍ସଲଙ୍କୁ ଦର୍ଶନ ଦେଉଛନ୍ତି । ସେ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ । ଦେବୀ କୁଷ୍ମାଣ୍ଡାଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୁଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ । ପ୍ରବାଦ ଅଛି ସେ କେବଳ ସ୍ମିତ ହସ ଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁଁ ଏହି ଲୋକ ପ୍ରିୟ କୁଷ୍ମାଣ୍ଡ ନାମ ରହିଛି । ପ୍ରତ୍ୟେକ ଦିନ ସକାଳ ୭ଟାରେ ପୂଜା, ବାଳଭୋଗ ଆଳତୀ ସହିତ ୭୦.୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାସମୟରେ ମିଷ୍ଟାନ୍ନ ଭୋଗ, ୭ଟା ୩୦ ମିନିଟରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ । ବନଦୁର୍ଗା ମନ୍ଦିରର ସଭାପତି ଡ଼.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରାଙ୍କ ତତ୍ୱାଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ସତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।

yuvodaya
Leave A Reply

Your email address will not be published.