ମାଲବାହୀ ଟ୍ରେନ୍‌ ଧକ୍କାରେ ମାଈ ହାତୀ ମୃତ, ଘଟଣାସ୍ଥଳରେ ବନବିଭାଗ

ବଡ଼ବିଲ : ଟ୍ରେନ୍‌ ଧକ୍କାରେ ହାତୀ ମୃତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଉଚ୍ଚାବାଲି ନିକଟରେ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଉଚ୍ଚବାଲୀ ନିକଟରେ ରେଳ ଲାଇନ୍‌ ପାର୍‌ ହେଉଥିଲା ହାତୀ । ଏହି ସମୟରେ ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା । ଯାହାଫଳରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଯାଇଛି । ତେବେ ହାତୀ ମୃତ୍ୟୁ ପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗର କିଛି ଅଧିକାରୀ ଏବଂ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

eighteen − 13 =