pakka

କାର୍‌ରେ ଲାଗିଲା ନିଆଁ, ଗାଡିରେ ଥିଲେ ୪ ଜଣ

bbehera

ବାଲିପାଟଣା : ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର୍‌ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିଶ୍ଚିନ୍ତପୁର ଠାରେ ଘଟିଛି ଏହି ଘଟଣା । ଅଗ୍ନିକାଣ୍ଡରେ କାର୍‌ଟି ପୁରା ଜଳିଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କାର୍‌ଟି ରାଜସରୁ ପୁବାଗଡ଼ ପଟକୁ ଆସୁଥିଲା । ନିଶ୍ଚିନ୍ତପୁର ନିକଟରେ ହଠାତ୍‌ କାର୍‌ଟି ସଂପୂର୍ଣ୍ଣ ଜଳିଯାଇଥିଲା । ଯାହାଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ ବିଲକୁ ଖସିପଡିଥିଲା । କାର୍‌ରେ ଥିବା ଜଣେ ଶିଶୁ, ଡ୍ରାଇଭର ଓ ଅନ୍ୟ ୨ ଜଣଙ୍କୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକେ ସମସ୍ତ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ତେବେ କେଉଁ କାରଣରୁ କାର୍‌ରେ ଅଗ୍ନିକାଣ୍ଡ ଘଟିଛି ତାହା ଏବେ ଯାଏଁ ଜଣାପଡିନାହିଁ । ଘଟଣାସ୍ଥଳରେ ବାଲିପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

jay balangir
Leave A Reply

Your email address will not be published.

3 × five =

error: Content is protected !!