csstore

ଟାଙ୍ଗୀ ରେଞ୍ଜରେ ପଶିଲେ ଜଙ୍ଗଲୀ ହାତୀ ପଲ, ବ୍ୟାପକ ଉପଦ୍ରବ ସହ ନଷ୍ଟ କରୁଛନ୍ତି ଫସଲ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ଏବେ ୨୦ ଟିିକିଆ ହାତୀ ପଲ ଏବେ ଉପଦ୍ରବ କରୁଛନ୍ତି । ଧାନ କ୍ଷେତରେ ଧାନ ପାଚିବା ଆରମ୍ଭ କରିଥିବା ବେଳେ ଏହି ଜଙ୍ଗଲୀ ହାତୀ ପଲ ଏବେ ଧାନଚାଷ ଜମି ମୁହାଁ ହେଲେଣି । ପଟିଆ-ମାଳ ଜଙ୍ଗଲ ଛାଡି ଏହି ହାତୀ ପଲ ଏବେ ଭୁଷଣ୍ଡପୁର ଫରେଷ୍ଟ ଜଙ୍ଗଲରେ ପହଞ୍ଚି ଗଲେଣି । ବେଳେ ବେଳେ ଏହି ହାତୀ ପଲି ଜନବସତି ମୁହାଁ ହେଉଛନ୍ତି । ଗାଁ ଲୋକେ ଏବଂ ଟାଙ୍ଗୀ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଦିନ-ରାତି ଏକ କରିଛନ୍ତି ।

ସୂଚନା ଥାଉକି ବିଗତ ଦିନରେ ଭୁଷଣ୍ଡପୁର ଏରିଆରେ ହାତୀ ପଲ ରେଳ ଟ୍ରାକ୍ ଅତିକ୍ରମ କରିବା ବେଳେ ଟ୍ରେନ ଧକ୍କାରେ ଏକାଧିକ ହାତୀଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଟାଙ୍ଗୀ ବନ ବିଭାଗ ପକ୍ଷରୁ ଲୋକଙ୍କ ଧନ ଜୀବନର ସୁରକ୍ଷା ସହିତ ଜଙ୍ଗଲୀ ହାତୀଙ୍କ ସୁରକ୍ଷା ଏବେ ବନ ବିଭାଗର ଦାୟିତ୍ଵ ହୋଇଛି । ତଥାପି ବନ ବିଭାଗ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯାଉଛି ଏବଂ ଏହି ହାତୀ ପଲରେ ୬ଟି ଦନ୍ତାହାତୀ, ୮ଟି ମାଇ ହାତୀ ଏବଂ ୬ଟି ଛୁଆ ହାତୀ ଅଛନ୍ତି ବୋଲି ଟାଙ୍ଗୀ ବନ ବିଭାଗର ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.