pakka

ଦୋଳ ମେଳଣ ଦେଖିବା ହେଲା କାଳ : ବାଣ ଫୁଟି ୧ ମୃତ

bbehera

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣ ଅବସରରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ନିକଟସ୍ଥ ନରିଶୋ ଶାସନ ଗାଁର ସ୍ମୃତି ରଞ୍ଜନ ଷଡଙ୍ଗୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା ଅବସରରେ ବାଣ ଫୁଟାଇ ଧୁମ୍‌ଧାମ୍‌ରେ ଝୁଲଣ ଉତ୍ସବ ପାଳନ କରୁଥିବା ବେଳେ ସ୍ମୃତି ନିକଟରେ ଠିଆ ହୋଇଥିଲେ ଏହି ସମୟରେ ବାଣ ଛିଟିକି ପଡ଼ିଥିଲା ଫଳରେ ତାଙ୍କ ମୁଣ୍ଡରେ ବାଜିଥିଲା । ପରେ ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

2 × 4 =

error: Content is protected !!