ଶୀତଳ ଷଷ୍ଠୀ ଯାତ୍ରାରେ ଉପଲକ୍ଷେ ବାଲୁକା କଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରାର ଭଗବାନ ଶିବ ପାର୍ବତୀ ବିବାହ ଉତ୍ସବ ଉପଲକ୍ଷେ ବାଲୁକା କଳାରେ ପ୍ରଦର୍ଶିତ କରିଛନ୍ତି । ବାଲୁକାଶିଳ୍ପୀ କାର୍ତିକ ନାୟକ କହିଛନ୍ତି, ସରକାରୀ ପ୍ରୋତ୍ସାହନ ମିଳେ ଏହି ବାଲୁକା କଳା ବହୁତ ଆଗକୁ ନେଇପାରିବେ । ସରକାରଙ୍କ ତରଫରୁ ବରଗଡ ଜିଲ୍ଲା ଠାରେ ବାଲୁକା କଳାର ଯଦି ବିଦ୍ୟାଳୟ ଖୋଲା ଯାଏ ତାହା ହେଲେ ଆମ ଅଂଚଳର ବହୁତ ପିଲା ବାଲୁକା କଳା ଶିଖି ଦେଶ ବିଦେଶରେ ଆମ ଅଂଚଳର ନାଁ ରଖିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ବାଲୁକା କଳା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ପ୍ରଦର୍ଶନ କରିବେ ।

Leave A Reply

Your email address will not be published.

five × 4 =