csstore

ବିଦ୍ୟୁତ୍‌ ବିଲ ନାମରେ ଠକେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଦ୍ୟୁତ ଉପଖଣ୍ଡର ଗାଇସିଲେଟ ବ୍ଲକ ଅଧୀନସ୍ଥ ମିଟର ରିଡର୍ କଟାବାହାଲ ନିବାସୀ ଶେଷଦେବ ମିଶ୍ର ଅଇଁଲାଭଟା ଗ୍ରାମର ଦିନେଶ କୁମାର ଭୋଇଙ୍କ ଘରକୁ ଯାଇ ବିଦ୍ୟୁତ୍ ବିଲ୍ ଦେଇ ୧୦ ହଜାର ଟଙ୍କା ଦାବୀ କରି ମାଗିଥିବା ଅଭିଯୋଗ ହୋଇଛି । ୧୦ ହଜାର ଟଙ୍କା ନ ଦେଲେ ତୁମ ବିଦ୍ୟୁତ୍ ବିଲରେ ଆହୁରି ୩୦ ହଜାର ଟଙ୍କା ଯୋଡ଼ି ଦେବା ସହ ସର୍ବ ମୋଟ ୪୦ ହଜାର ଟଙ୍କା ତୁମ ବିଦ୍ୟୁତ୍ ବିଲରେ ଏଡ୍ କରି ଦେବି ବୋଲି ଧମକ ଦେଉଥିବା ସଂପୃକ୍ତ ବିଦଉ୍ୟତ ଉପଭୋକ୍ତା କହିଛନ୍ତି । ଏହି ଘଟଣାକୁ ନେଇ ଖୁଲମଖୁଲା ଭାବେ ଏଭଳି ଡକାୟତି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅଭିଯୋଗ ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକରେ ବିଦ୍ୟୁତ ବିଭାଗରେ ମିଟର ରିଡର୍ ଭାବେ କାମ କରୁଥିବା କଟାବାହାଲର ଶେଷଦେବ ମିଶ୍ର ଅଇଁଲାଭଟା ଗ୍ରାମକୁ ଯାଇ ମିଟର ବିଲ୍ ଦେବା ସମୟରେ ଉକ୍ତ ଗ୍ରାମର ବିଜୁଳି ଉପଭୋକ୍ତା ଦିନେଶ କୁମାର ଭୋଇଙ୍କୁ ଦଶହଜାର ଟଙ୍କା ମାଗିଥିଲେ । ଯଦି ତମେ ମୋତେ ବର୍ତ୍ତମାନ ଦଶ ହଜାର ଟଙ୍କା ନ ଦେବ, ତେବେ ଚାଳିଶ ହଜାର ଟଙ୍କାର ବିଲ ଚଢାଇ ଦେବି ବୋଲି କହିଥିଲେ । ଦିନେଶ ବିଜୁଳି ବିଭାଗର ଖିଲାପୀ ନ ହୋଇ ଏମିତି ଅସାମାଜିକ ମିଟର ରିଡର୍ ପାଖରେ ପଡ଼ିବାରୁ ସେ ଡରି ଯାଇ ତାଙ୍କ ହାତକୁ ଦଶହଜାର ଟଙ୍କା ବଢାଇବାକୁ ବାଧ୍ୟ ହୋଇଥିଲେ । ଶେଷରେ ଗାଇସିଲେଟ ସେକ୍‌ସନାଲ୍‌ ଅଫିସରଙ୍କୁ ଏ ବିଷୟରେ ଜଣାଇବା ସହ ଟଙ୍‌ଙ୍କା ଫେରାଇବା ପାଇଁ ଅନୁରୋଧ କରିଥିବା ଜଣାପଡିଛି ।

jayashree
Leave A Reply

Your email address will not be published.