ଗଛରେ ଲୁଙ୍ଗି ବାନ୍ଧି‌ ଆତ୍ମହତ୍ୟା କାରଣ ଅସ୍ପଷ୍ଟ : ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର କଛାରପାଲି ବନ୍ଧ ନିକଟରେ ଜଣେ ବ୍ୟକ୍ତି ଗଛର ଲୁଙ୍ଗୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଦେଓଗାଁର ଗୋପାଲ ବୁଡ଼େକ ବୋଲି ଗାଁଲୋକେ ଚିହ୍ନଟ କରିଛନ୍ତି । ସେ ନିଜ ପରିବାରଠାରୁ ଅଲଗା ହୋଇ ନିକଟସ୍ଥ ଗାଁ ସାଗରପାଲିରେ ରହୁଥିବା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ହେଲେ ନିଜ ଗାଁର ବନ୍ଧ ନିକଟକୁ ଆସି ଏକ ଛୋଟିଆ ଗଛରେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଦେଓଗାଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଦେଓଗାଁ ଥାନାରେ ଏକ ଅପମୃତ୍ୟୁ ମାମଳା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ସୁଚନା ଦେଇଛନ୍ତି ।

Leave A Reply

Your email address will not be published.

9 + 18 =