ବେପାରୁଆ ଟ୍ରାକ୍ଟର ଚାଳନା ହେଲା କାଳ : ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ସରକାରୀ ସହାୟତା ପରେ ଉଠିଲା ଶବ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ଥାନା ଅଧିନସ୍ଥ ବଗଡ଼ା ଗାଁରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାର ମୁଖ୍ୟ କାରଣ ଟ୍ରାକ୍ଟର ଜଣେ ନାବାଳକ ଓ ବିନା ଲାଇସନ୍ସରେ ଡ୍ରାଇଭର ଚଲାଉଥିବାରୁ ଏପରି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ସହ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଶବକୁ ରଖି କ୍ଷତିପୂରଣ ଦାବୀ କରିଥିଲେ । ସ୍ଥାନୀୟ ଲୋକଙ୍କ ପ୍ରକାଶ ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ବଗଡ଼ାରୁ କ୍ଷେତିପାଲିକୁ ଯିବା ରାସ୍ତାରେ ନାବାଳକ ଅଜୟ ସାହୁ (୧୨)କୁ ନିକଟସ୍ଥ ବଲାରପାଲି ଗାଁର ସ୍ୱାର୍ଥ ଧରୁଆଙ୍କ ଟ୍ରାକ୍ଟରକୁ କିଶାନ ମଲ୍ଳିକ(୧୭) ନେଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଲୋକଙ୍କ ଅଭିଯୋଗ ଅନୁସାରେ କମ ବୟସର ବାଳକକୁ ଟ୍ରାକ୍ଟର ଡ୍ରାଇଭର ଭାବେ ନିଯୁକ୍ତି କରିବା କାଳ ହେଲା । ଶବକୁ ରାସ୍ତାରେ ରଖି କ୍ଷତି ପୂରଣ ଦାବୀ କରୁଥିବା ବେଳେ ପ୍ରାୟ ସାଢ଼େ ୪ଟା ସମୟରେ ଦେଓଗାଁ ତହସିଲଦାର ଯୁଗଳ ବିଶ୍ୱାଲ ପହଞ୍ଚି ରେଡକ୍ରସ ପକ୍ଷରୁ ୫ହଜାର ଟଙ୍କାର ସରକାରୀ ସହାୟତା ଦେଇଥିବା ବେଳେ ଅଧିକ ସହାୟତା ପାଇଁ ଜିଳ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି । ସେହିପରି ମହଲାଇ ସରପଞ୍ଚ ତନୟା ସାହୁ ମୃତକ ପରିବାରକୁ ୨ହଜାର ଟଙ୍କା ସହାୟତା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

two × 5 =