jsm

ଯୁବକ ଗିଳିଦେଲେ ବାଲାଟ୍‌ ପେପର୍‌

csstore

ତିଗିରିଆ : କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତର ୫ନଂ ବୁଥ୍‌ରେ ଗତକାଲି ମତଦାନ ଚାଲିଥିବା ବେଳେ ଜଣେ ଯୁବକ ବାଲାଟ୍‌ ପେପର୍‌ ଗିଳି ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଞ୍ଚଗାଁ ପଞ୍ଚାୟତର ୫ନଂ. ବୁଥ୍‌ରେ ଗତକାଲି ମତଦାନ ଚାଲିଥିବା ସମୟରେ ଅପରାହ୍ନ ୧ଟାରେ ଭୋଟ ଦେବାକୁ ଆସିଥିବା ଜଣେ ଯୁବକ ୪ଟି ବାଲାଟ୍‌ ପେପର୍‌ର ଏକାଧିକ ସ୍ଥାନରେ ମୋହର ମାରିଥିବାରୁ ସେ ବାଲାଟ୍‌ ପେପର୍‌ଗୁଡ଼ିକୁ ବାହାରେ ଫୋପାଡ଼ି ଦେଇଥିବା ବେଳେ ପୁଲିଂ ଅଫିସର ବାହାରୁ ଏହାକୁ ଗୋଟାଇ ଆଣିବା ପରେ ଯୁବକ ଜଣକ ତାଙ୍କ ହାତରୁ ଛଡ଼ାଇ ୪ଟି ଯାକ ବାଲାଟ୍‌ ପେପର୍‌ ଗିଳି ଦେଇଥିବା ଜଣାପଡ଼ିଛି । ଏନେଇ ପୁଲିଂ ଅଧିକାରୀ ଉକ୍ତ ଭୋଟ୍‌ଗୁଡ଼ିକୁ ନାକଚ ଘୋଷଣା କରିବା ସହ ରିପୋର୍ଟ ଦେବା ପରେ ମଧ୍ୟ ତିଗିରିଆ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ସୁଚିତ୍ରା ଜେନା ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.