ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ନିଆରା ପଦକ୍ଷେପ : ପୌରାଂଚଳର ଦୁର୍ଗାପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କଲା ପୌରପରିଷଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ପୌରାଂଚଳର ଦୁର୍ଗାପୂଜା କମିଟି ଗୁଡ଼ିକର ସଦସ୍ୟଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ପୌରପରିଷଦ ଆଲୋଚନା କରିଛି । ଶାରଦୀୟ ଦୁର୍ଗାପୂଜା ସମୟରେ ସମସ୍ତ ପ୍ରକାର ବିଧି ବ୍ୟବସ୍ଥାରେ ପୌରପରିଷଦ ପକ୍ଷରୁ ଯଥୋଚିତ ସହଯୋଗ ପ୍ରଦାନ କରାଯିବାକୁ ବୈଠକରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିବା ବେଳେ ଦଶହରା ପୂଜା ସମୟରେ ସାରା ସହରର ସାନିଟାଇଜେସନ୍‌ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ତେବେ ପ୍ରଥମ ଥର ପାଇଁ ଶାରଦୀୟ ପୂଜା ପୂର୍ବରୁ ଦୁର୍ଗାପୂଜା କମିଟି ଗୁଡ଼ିକ ସହ ପୌର ପରିଷଦ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ହାତ ବଢ଼ାଇଥିବାରୁ ପୂଜା କମିଟିର ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.