୨୯ତମ ରାଜ୍ୟ ସ୍ତରୀୟ ଉସୁ ଚମ୍ପିଆନସିପ୍‌ ଉଦ୍‌ଯାପିତ : ବଲାଙ୍ଗିରକୁ ୪ଟି ମେଡାଲ, ପୁଣି ଚମକିଲେ ସୁହାନି ଗୁରହାଣ୍ଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ତିନି ଦିନିଆ ୨୯ତମ ରାଜ୍ୟ ସ୍ତରୀୟ ଉସୁ ପ୍ରତିଯୋଗିତା ରବିବାରରେ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମେଡାଲ ପାଇଥିବା ପ୍ରତିଯୋଗୀମାନେ ହେଲେ ସୁହାନି ଗୁରହାଣ୍ଡି ସ୍ୱର୍ଣ୍ଣ ପଦକ, ଆଦର୍ଶ ରଞ୍ଜନ ସୁନା ରୌପ୍ୟ ପଦକ, ଆଲୋକ ନାଏକ ରୌପ୍ୟ ପଦକ, ପ୍ରିୟବ୍ରତ ପରିଡା କାଂସ୍ୟ ପଦକ । ସୂଚନାଯୋଗ୍ୟ ଯେ, ସୁହାନି ଗୁରହାଣ୍ଡି ସ୍ୱର୍ଣ୍ଣପଦକ ପାଇଥିବାରୁ ଆସନ୍ତା ଅଗଷ୍ଟରେ ଜଳନ୍ଧର (ପଞ୍ଜାବ) ଠାରେ ଜାତୀୟ ଉଷୁ ଚମ୍ପିୟାନସିପ୍‌ ପାଇଁ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇଁ ଜିଲ୍ଲା ଉସୁ ସଂଘର ସଭାପତି ତପନ କୁମାର ପାଣିଗ୍ରାହୀ ଓ ଉପ-ସଭାପତି ବାବୁଲାଲ ନାଏକ ଶୁଭେଚ୍ଛା ଜଣାଇଛନ୍ତି ବୋଲି ଜିଲ୍ଲା ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fourteen + 2 =