pakka

ବଲାଙ୍ଗିର ଲାୟନ୍ସ କ୍ଲବର ସଂସ୍ଥାପନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲାୟନ୍ସ କ୍ଲବର ୩୧ତମ ସଂସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମାରୋହରେ ବର୍ଷ ୨୦୨୧-୨୨ ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି । ଲାୟନ ୱାଇ ପି ଗୋୟଲ ମୁଖ୍ୟ ଅତିଥି ଓ କ୍ଲବର ଉପ ଜିଲ୍ଲା ଗର୍ଭନର ଲାୟନ ଏସ. ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଲାୟନ ଗୋୟଲ ଆଗାମୀ ବର୍ଷ ପାଇଁ କ୍ଲବର ନୂତନ କାର୍ଯ୍ୟକାରିଣୀ କମିଟି ଘୋଷଣା କରିଥିଲେ । ଲାୟନ ଧନରାଜ ଅଗ୍ରୱାଲ ସଭାପତି, ଲାୟନ ଆଲୋକ ଅଗ୍ରୱାଲ ସଂପାଦକ ଓ ଲାୟନ ଓମ ପ୍ରକାଶ ଅଗ୍ରୱାଲ କୋଷାଧକ୍ଷ ଭାବେ ମନୋନୀତ ହୋଇଥିଲେ । ନୂତନ କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବତନ ସଭାପତି ଲାୟନ ପ୍ରଦୀପ ଷଡଙ୍ଗୀ ଓ ସଂପାଦକ ପ୍ରଦୀପ ସାହୁ ଦାୟିତ୍ୱ ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ । ଲାୟନ ଆଶୁତୋଷ ପୁରୋହିତ ଓ ଲାୟନ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଶେଷରେ ନନ୍ଦ କୁମାର ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

12 − six =