pakka

୨୦୧୯ ଓ ୨୦୨୦ ବର୍ଷ ପାଇଁ ଘୋଷିତ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଏକାଡେମୀର ଅନ୍ୟାନ୍ୟ ସମ୍ମାନ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହା ଘୋଷଣା କରିଥିଲେ । ୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ପାଇଁ ଅନନ୍ତ ମାହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି । ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ, ଭୁବନେଶ୍ୱର ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, କଟକଙ୍କୁ, ୨୦୧୯ ପାଇଁ ବିନୋଦ କୁମାର ପଶାୟତ, ସମ୍ବଲପୁର ଏବଂ ୨୦୨୦ ପାଇଁ ଅଲେଖ ପଢୀହାରୀଙ୍କୁ ମନୋନୀତ କରାଯାଇଛି ।
ଅନ୍ୟ ସମ୍ମାନଗୁଡିକ ମଧ୍ୟରେ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ, ସାକ୍ଷୀଗୋପାଳ, ପୁରୀ ଏବଂ ଶ୍ରୀମତୀ ମମତା ମହାନ୍ତି, ଭୁବନେଶ୍ୱର, ନାଟ୍ର ରଚନା ପାଇଁ ସୁଧାକର ନନ୍ଦ, ଭଦ୍ରକ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ବରଗଡ, ମଞ୍ଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଭବାନୀପାଟଣା, କଳାହାଣ୍ଡି, ଲୋକ ସଂଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଗଞ୍ଜାମ ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ବଲାଙ୍ଗିର ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଭଞ୍ଜନଗର, ଗଞ୍ଜାମ, ଲୋକନାଟ୍ୟ ପାଇଁ କଣ୍ଠ ଗୌଡ, କୋରାପୁଟ, ଯନ୍ତ୍ର ସଂଗୀତ(ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଭୁବନେଶ୍ୱର ଯନ୍ତ୍ର ସଂଗୀତ (ତାରବାଦ୍ୟ) ପାଇଁ କୈଳାସ ଚନ୍ଦ୍ର ପାତ୍ର, କଟକ, ଓଡିଶୀ ନୃତ୍ୟ ପାଇଁ ରତିକାନ୍ତ ମହାପାତ୍ର, ଭୁବନେଶ୍ୱର, ଓଡିଶୀ କଣ୍ଠ ସଂଗୀତ ପାଇଁ ଚନ୍ଦ୍ରମଣୀ ଲେଙ୍କା, ପୁରୀ, ସୁଗମ ସଂଗୀତ ପାଇଁ ତାନ୍‌ସେନ୍‌ ସିଂ, ଭୁବନେଶ୍ୱର, ବିନୋଦ କୁମାର ପଶାୟତ୍‌, ସମ୍ବଲପୁରଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ ।
ସେହିପରି ୨୦୨୦ ନିମନ୍ତେ ଅଭିନୟ ପାଇଁ ଶ୍ରୀମତୀ ସୁଶୀଳା ନାୟାର, ବରଗଡ ଏବଂ ବିଜୟ କୁମାର ପଟ୍ଟନାୟକ, ଗାଙ୍ଗପୁ. ଗଞ୍ଜାମ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ରାଉରକେଲା, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ, ଭୁବନେଶ୍ୱର, ମଞ୍ଚକଳା ପାଇଁ ପ୍ରଭାତ ମହାରଣା, ଭୁବନେଶ୍ୱର, ଲୋକ ସଂଗୀତ ପାଇଁ ନବୀନ କିଶୋର କୁଅଁର, ବଲାଙ୍ଗିର, ଲୋକ ବାଦ୍ୟ ପାଇଁ ନାରାୟଣ ମହାରଣା, ଭଞ୍ଜନଗର, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଭଦ୍ରକ, ଯନ୍ତ୍ରସଂଗୀତ(ସୁଶୀର ବାଦ୍ୟ) ପାଇଁ ନିତ୍ୟାନନ୍ଦ ମହାପାତ୍ର, କାମାକ୍ଷାନଗର, ଓଡିଶୀ ନୃତ୍ୟ ପାଇଁ ଗଜେନ୍ଦ୍ର ପଣ୍ଡା, ଗଞ୍ଜାମ, ଓଡିଶୀ କଣ୍ଠ ସଂଗୀତ ପାଇଁ ରଘୁନାଥ ପାତ୍ର, ପାରଳାଖେମୁଣ୍ଡି, ସୁଗମ ସଂଗୀତ ପାଇଁ ବିଭୁଧେନ୍ଦ୍ର ଦାସ, ଭୁବନେଶ୍ୱର ସମ୍ମାନିତ କରାଯିବ ।
ମନୋନୀତ କଳାକାର ମାନଙ୍କୁ ଆସନ୍ତା ୩୦ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢୌକନ, କୃତିଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ପାଇଁ ୨.୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମାନ ଘୋଷଣା ବେଳେ ଏକାଡେମୀର ସଭାପତି ମନ୍ମଥ ଶତପଥୀ ଯୋଗ ଦେଇ ମନୋନୟନର ବିଭିନ୍ନ ଧାରା ଓ ପ୍ରକ୍ରିୟା ଉପରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.

1 × two =