jsm

ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ୨୦ଟି ପଦକ ସ୍ୱର୍ଣ୍ଣ-୧, ରୌପ୍ୟ-୬, କାଂସ୍ୟ -୧୩

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ କରାଟେ ସ୍କୁଲଠାରେ ୩୬ ଜଣ କ୍ୟାଡେଟ, ଜୁନିୟର ଓ ୩୭ତମ ସବ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ତିନି ଦିନ ଧରି ତା.୯ରୁ ୧୧ ରିଖ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ୫୫ ଜଣ ଉଭୟ ବାଳିକା ବାଳକ ମନୋନ୍ନିତ ହୋଇ ଭାଗ ନେଇଥିଲେ । ରୁବି କଳଣ୍ଡ ୧୩ ବର୍ଷ ବାଳିକା-୫୦ କେଜି ବର୍ଗ କୁମିତିରେ ସ୍ୱର୍ଣ୍ଣ, ଅତୁଲ୍ୟ ସାହ ୧୩ ବର୍ଷ ବାଳକ-୬୦ କେଜି କୁମିତିରେ ରୌପ୍ୟ, ଶର୍ମିଷ୍ଠା ଜାଲ ଜୁନିୟର -୫୩ କେଜିରେ ରୌପ୍ୟ, ଧିରଜ ଜେନା ଜୁନିୟର ବାଳକ ୫୦ କେଜିରେ ରୌପ୍ୟ, ଅଭିନବ ସାହୁ, ପ୍ରିୟାଂଶୁ ନାୟକ, ତନିଶା ସାହୁ, ସୁପ୍ରିୟା ସାହୁ, ଆୟୁଷମାନ ଶତପଥି ୨ଟିି କାଂସ୍ୟ ପଦକ, ହିମାଂଶୁ ସାହୁ, ଚନ୍ଦନ ରଣା, ସ୍ୱପ୍ନିଲ ଅମାତ, ଅଲିଶା ସୁନା କାଂସ୍ୟ ପଦକ ବିଜେତା । ସେହିପରି ବଲାଙ୍ଗିର କରାଟେ ସ୍କୁଲର କରାଟକା ସାହୁ ୧୧ ବର୍ଷ ବାଳିକା – ୩୦ କେଜି କୁମିତିରେ ରୌପ୍ୟ, ଆନନ୍ଦିତା ସାହୁ ୭ ବର୍ଷ ବାଳିକ-୨୫ କେଜି କୁମିତି ଓ କାତାରେ ୨ଟି ରୌପ୍ୟ, ଲୋକେଶ ବାଗ ୧୩ ବର୍ଷ ବାଳକ ୪୦ କେଜି ବର୍ଗ କୁମିତି ଓ କାତାରେ ୨ଟି କାଂସ୍ୟ ଓ ଅଶୁଂମାନ ଧରୁଆ ୯ ବର୍ଷ ବାଳକ – ୨୫ କେଜି ବର୍ଗ କୁମିତରେ କାଂସ୍ୟ ପଦକ ପାଇ ସର୍ବମୋଟ ୨୦ଟି ପଦକ ହାସଲ କରିଛନ୍ତି । ସଂଘ ତରଫରୁ ସୁରେଶ ଜାଲ, ଗୋପାଳ ଦୀପ, ସଂପାଦକ ହୃଦୟ ଶବର, ଚନ୍ଦ୍ର ଶେଖର ସେଠ ରାଜ୍ୟ କରାଟେ ପ୍ରତିଯୋଗିତାରେ ରେଫରି ଓ ଜଜ୍‌ କାର୍ଯ୍ୟଚନ୍ଦ୍ର ଶେଖର ସେଠ ରାଜ୍ୟ କରାଟେ ପ୍ରତିଯୋଗିତାରେ ରେଫରି ଓ ଜଜ କାର୍ଯ୍ୟ ତୁଳାଇ ଥିବା ବେଳେ ସହଯୋଗି ପ୍ରଶିକ୍ଷକ ୪ରି ଜଣ ପୁରୁଷୋତ୍ତମ ବାଗ, ରାହୁଲ ଜାଲ, ରୋହିତ ଛୁରା ଓ ଜିତୁ ପୃଷ୍ଟି ଓ ଟିମ ମ୍ୟାନେଜର ରାଜେନ୍ଦ୍ର ବାଗଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ କରି ଆଜି ଦଳ ବଲାଙ୍ଗିର ଫେରିଛନ୍ତି । ଏହି ସଫଳତା ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଭାପତି ଦେବଦତ୍ତ ବେହେରା, ଉପଦେଷ୍ଟା ମାନୁଏଲ ନାଗ, ଉପସଭାପତି ଉମେଶ ନନ୍ଦ, ସଦସ୍ୟ ସରୋଜ ବେହେରା, ମନଗୋବିନ୍ଦ ମେହେର, ସଚିଦାନନ୍ଦ ବାଗ, କରାଟେ ଖେଳ ପ୍ରେମୀ, ଅଭିଭାବକ ଓ ବଲାଙ୍ଗିର ବାସୀ ଅଭିନନ୍ଦନ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.