ବଜ୍ରାଘାତରେ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଜ୍ରାଘାତରେ ୪ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ ଜଣ ସମାନ୍ୟ ଅସୁସ୍ଥ ଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସୂଚନା ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମରେ ପ୍ରତି ବର୍ଷ ଭଳି ୧୪ ଦିନ ଧରି ରାମ ନବମୀ ଉତ୍ସବ ପାଳନ କରାଯାଉଥିଲା । ଉକ୍ତ ବ୍ୟକ୍ତିମାନେ ରନ୍ଧା କାମରେ ନିୟୋଜିତ ଥିବାବେଳେ ହଠାତ ବଜ୍ରାଘାତର ଶିକାର ହୋଇ ଟଳି ପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ସେମାନଙ୍କ ନାମ ରଞ୍ଜନ ସାହୁ(୨୮), ଧନମାଲି ଭୁଏ(୨୭), ସୁଦାମ ସା'(୫୦) ଓ ଗୁରୁତର ଜଣକ ରାଜୀବ ସା'(୧୮) ବୋଲି ଜଣାପଡିଛି ।

Leave A Reply

Your email address will not be published.

9 − 3 =

error: Content is protected !!