pakka

ବରଗଡ଼ ବଜରଙ୍ଗ ଦଳ ତରଫରୁ ଅମ୍ବାପାଲି ଠାରେ ନ୍ୟାସ୍‌ନାଲ ହାଇୱେରେ ରାସ୍ତା ରୋକ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହରର ରାସ୍ତା ଘାଟରେ ପ୍ରତ୍ୟେହ ଶହଶହ ଗୋରୁ ଗାଇ ବୁଲୁଥିବା ବେଳେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବରଗଡ଼ ସହରରେ ପ୍ରତ୍ୟେକ ଦିନ ବୁଲା ଗାଇଗୋରୁ ଯୋଗୁଁ ଅନେକ ଅସୁବିଧା ସୃଷ୍ଟି ହେଉଛି । ସେହି ଭଳି ଆଜି ପ୍ରାତଃକାଳରେ ଅମ୍ବାପାଲି ମଝି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଇର ମୃତ୍ୟୁ ଘଟିଛି । ଏହି ସଂପର୍କରେ ବଜରଙ୍ଗ ଦଳ କର୍ମକର୍ତାମାନେ ପ୍ରଶାସନକୁ ସୂଚନା ଦେବା ସତ୍ତ୍ୱେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନେଇଥିଲେ । ଫଳରେ ବଜରଙ୍ଗ ଦଳର ପକ୍ଷରୁ ମୃତ ଗାଇର ଶବକୁ ରଖି ରାସ୍ତା ରୋକ କରାଯାଇଥିଲା । ପରେ ବରଗଡ଼ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା ଘଟଣାସ୍ଥଳରେ ପହଞ୍ଚି ଲିଖିତ ଭାବେ ଆଗକୁ ଯଦି ଏ ପ୍ରକାର ଘଟଣା ଘଟେ ୧ଘଣ୍ଟା ମଧ୍ୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରାସ୍ତା ରୋକରୁ ଓହରି ଥିଲେ । ଏହି ରାସ୍ତା ରୋକରେ ପ୍ରାନ୍ତ ସହ ସଂଯୋଜକ କିଶୋର ବିଭାର, ଜିଲ୍ଲା ସହ ସଂଯୋଜକ ସଂଜୀବ ମେହେର, ନଗର ସଂଯୋଜକ ରାଜା ପ୍ରଧାନ, ନଗର ସହ ସଂଯୋଜକ ପିଙ୍କୁ ମେହେର, ସୁମିତ, ବ୍ରଜ ଆଦି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen − six =

error: Content is protected !!