csstore

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢି ଚାଲିଥିବାକୁ ନେଇ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ଆଲୋଚନା ବୈଠକ ଅନୁଷ୍ଠିତ

ଛତ୍ରପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢି ଚାଲିଛି । ଏହାକୁ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରେ ଛତ୍ରପୁର ସହରର ସମସ୍ତ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ବୁଧୁବାର ଠାରୁ ସହରରେ ଥିବା ସମସ୍ତ ଦୋକାନ ଗୁଡିକ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ଦୋକାନୀ ମାନେ ପଞ୍ଚସୁତ୍ରୀ ନିୟମ ମାନିବା ପାଇଁ ବାଧ୍ୟତା କରାଯାଇଛି । ଦୋକାନୀ ମାନେ ନିଜ ନିଜ ଦୋକାନ ସମ୍ମୁଖରେ ଧଳା ଗୋଲେଇ ଟାଣିବା ସହିତ ନୋ ମାସ୍କ ନୋ ଗୁଡସର ବୋର୍ଡ ଲଗାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହିତ ସହରରେ ଥିବା ସମସ୍ତ ହୋଟେଲ ଗୁଡିକରେ କେବଳ ପାର୍ସଲ ଦିଆଯିବ । ଏହି ଆଲୋଚନା ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ପୋଲିସ ଅଧିକାରୀ ଏସଡିପିଓ ଗୌତମ କିଶାନ, ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ, ମଝିବଜାର ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ବଡବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି.ରାଜୁ ବାବୁ, ରିକାପଲ୍ଲୀ ବ୍ୟାଘ୍ରଦେବୀ ବଣିକସଂଘର ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ଏନ.ମୋହନ ରାଓ, ଛତ୍ରପୁର ତେଜରାତି ବ୍ୟବସାୟୀ ସଂଘର ସଭାପତି ସୟଦ୍ ମୁକ୍ତାର, ସମ୍ପାଦକ ଶ୍ରୀକାନ୍ତ ଅଗ୍ରୱାଲ, ପଙ୍କଜ କୁମାର ପାଣିଗ୍ରାହୀ , ବିଭୁତି ଭୂଷଣ ପାଢି ଓ ପ୍ରଫୁଲ କୁମାର ମହାରଣାଙ୍କ ସମେତ ବହୁ ଦୋକାନୀ ମାଲିକମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.