pakka

ଅସ୍ପୃଶ୍ୟ ଅନୁସୂଚିତ ଜାତି ସୁରକ୍ଷା ପରିଷଦର ରାଜ୍ୟସ୍ତରୀୟ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଦଳିତ ଅନୁଷ୍ଠାନ ଜିଲ୍ଲା ଦଳିତ ବିକାଶ ମଂଚର ସହଯୋଗରେ ବଲାଙ୍ଗିର ତାଲପାଲିପଡ ଠାରେ ଓଡିଶା ଅସ୍ପୃଶ୍ୟ ଅନୁସୂଚିତ ଜାତି ସୁରକ୍ଷା ପରିଷଦର ରାଜ୍ୟସ୍ତରୀୟ ଚତୁର୍ଥ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତିତ୍ୱ କରିଥିଲେ ସତ୍ୟାନନ୍ଦ ସୁନା ଓ ମଂଚ ପରିଚାଳନା କରିଥିଲେ ଡ. ଅର୍ଜୁନ ମୁଗ୍ରୀ । ମୁଖ୍ୟ ଅତିଥି ଭାବେ ବାଳକୃଷ୍ଣ ନାଗ, ସମ୍ମାନିତ ଅତିଥି ବିନୋଦ ପାତ୍ର, ବିମ୍ବାଧର ବାଗ, ଦିଗସନ ନନ୍ଦ ଓ ନଟରାଜ ନାଗ ଯୋଗଦେଇ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ଦଳିତ ନେତା ମୋହନ ଜେନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ପ୍ରମୁଖ ସାମାଜିକ କର୍ମୀ ଯୋଗ ଦେଇ ଆମ ଓଡିଶା ପ୍ରଦେଶର ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ ସମସ୍ତ ଅସ୍ପୃଶ୍ୟ ଜାତି ଯଥା ଗଣ୍ଡା, ଡମ୍ବ, ପାଣ, ହାଡି, ଘାସି, ଚମାର ଆଦି ଜାତିର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବକ୍ତାମାନେ ନିଜ ନିଜ ମତରେ କହିଥିଲେ ଯେ, କିଛି ଅଣ ଅସ୍ପୃଶ୍ୟ ଜାତିର ଲୋକେ ଚକ୍ରାନ୍ତ କରି ତଫସିଲଭୁକ୍ତ ଜାତି ଆଧାରରେ ଆମର ଶିକ୍ଷା, ଚାକିରି ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ସୁବିଧାର ସିଂହଭାଗ ଛଡାଇ ନେଉଥିବାରୁ ଆମର ପ୍ରକୃତି ଅସ୍ପୃଶ୍ୟ ସମାଜ ଆଜି ହନ୍ତସନ୍ତ ହେଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ଏସବୁ ସମସ୍ୟାର ସକ୍ରିୟ ମୁକାବିଲା ନିମନ୍ତେ ଆଗାମୀ ନୂଆବର୍ଷ ପ୍ରାରମ୍ଭରୁ ଏକ ସାମ୍ବିଧାନିକ ଯୋଜନା ମାଧ୍ୟମରେ ଉଭୟ ନ୍ୟାୟିକ ଏବଂ ସଂସଦୀୟ ସ୍ତରରେ ଲଢେଇ କରିବା ପାଇଁ ସ୍ଥିର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ଚିନ୍ତନ କରାଯାଇ ଓଡିଶା ତଫସିଲଭୁକ୍ତ ଜାତି ତାଲିକାରୁ କେଉଁଟ, ଧୀବର, କୈବର୍ତ୍ତ ହଟାଓ ଅଭିଯାନ ଆଗାମୀ ଜାନୁୟାରୀ ୨୦୨୩ରୁ ସାରା ଓଡିଶାର କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥିର କରାଯାଇଥିଲା ଏବଂ ଏହାର ସଫଳ ରୂପାୟନ ସକାଶେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଦସ୍ୟମାନଙ୍କ ସର୍ବସମ୍ମତି କ୍ରମେ ଏକ ରାଜ୍ୟସ୍ତରୀୟ କୋର କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ବାଳକୃଷ୍ଣ ନାଗ, ବିନୋଦ ପାତ୍ର, ବିମ୍ବାଧର ବାଗ, ଦିଗସନ ନନ୍ଦ, ସତ୍ୟାନନ୍ଦ ସୁନା, ନଟରାଜ ନାଗ, ଧନେଶ୍ୱର ନାଗ, ରାଜ୍ୟ ସମନ୍ୱୟକାରୀରେ ସୁଦର୍ଶନ ତାଣ୍ଡି, ଲକ୍ଷ୍ମଣ ଭରାସାଗର, ନାରାୟଣ ଭେସ୍ରା, ଟିକେଲାଲ କୁମ୍ଭାର, ଭୁବନ ନାଗ, ରାଜ୍ୟ ସଭାପତି ଚୈତନ୍ୟ ପାଇକ, ସାଧାରଣ ସଂପାଦକ ଡ. ଅର୍ଜୁନ ମୁଗ୍ରୀ, କୋଷାଧ୍ୟକ୍ଷ ସୁଧାଂଶୁ ଡାଙ୍ଗ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଦ୍ରୋଣ କୁମ୍ଭାର, ପବିତ୍ର ନାଗ, ଦିଲିପ ସିଂ, ରତ୍ନାକର ବେହେରା, ସୁରେଶ ମହାନନ୍ଦ, ଧର୍ମରାଜ ବିଭାଗ, ବାସୁଦେବ ମୁଗ୍ରୀ, ଫକିର ଜାଗତ, ଲକ୍ଷ୍ମୀ ରଂଜନ ପାଲ, ଅନାମୁ ନାୟକ । ଅନ୍ୟାନ୍ୟ ପଦବୀ ଗୁଡିକୁ ଭିନ୍ନ ଭିନ୍ନ ଜିଲ୍ଲାର ସଦସ୍ୟମାନଙ୍କୁ ନେଇ ପୂରଣ କରିବା ସହିତ କ୍ରମାଗତ ଭାବେ ସମଗ୍ର ୩୦ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇ ଉକ୍ତ ଲଢେଇକୁ ତୀବ୍ର କରିବା ପାଇଁ ସ୍ଥିର କରାଯାଇଥିଲା । ଶେଷରେ ଦ୍ରୋଣ କୁମ୍ଭା ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

4 × one =

error: Content is protected !!